ଲକ୍ଡାଉନକୁ କଡାକଡି ପାଳନ ପାଇଁ ପୋଲିସର ପଇଁତରା

0 64

ପାରଳାଖେମୁଣ୍ଡି, ୧୯ା୫ : କରୋନା କଟକଣା ଯୋଗୁଁ ଲକ୍ଡାଉନ୍କୁ କଡାକଡି ପାଳନ କରିବା ପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଆଜି ସହରର ବିଭିନ୍ନ ଛକରେ ପୋଲିସ ପଇଁତରା ମାରି ଲୋକଙ୍କୁ ସଚେତନତା କରିଥିଲେ । ଏହାସହ ବିଭିନ୍ନ ଛକ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ରହି ଅମାନିଆଙ୍କୁ ତାଗିଦ କରିଥିଲେ । ଏହି ସମୟରେ ପାରଳାଖେମୁଣ୍ଡି ତହସିଲଦାର ତଥା ମାଜିଷ୍ଟ୍ରେଟ ଅଚ୍ୟୁତାନନ୍ଦ ଜାନୀ ଉପସ୍ଥିତ ଥିଲେ । ପାରଳାଖେମୁଣ୍ଡି ଥାନା ଏସ୍ଆଇ ବିନାୟକ ମନ୍ତ୍ରୀ, ଲଳିତ ମୋହନ ସାଗର ପ୍ରମୁଖ ଦଳ ଦଳ ହୋଇ ବିଭିନ୍ନ ଛକ, ମୁଖ୍ୟ ରାସ୍ତାରେ ଯାଉଥିବା ଅମାନିଆ, ବେପରୁଆ ଗାଡିଚାଳକ, ୩ଜଣ ବସିଯାଉଥିବା ଗାଡିଚାଳକ ମାନଙ୍କୁ ତାଗିଦ କରୁଥିଲେ । ଲକ୍ଡାଉନ୍ ନିୟମକୁ କେହି ଭଙ୍ଗକଲେ ଏଣିକି ଆଉ ନିସ୍ତାର ପାଇବେ ନାହିଁ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

Leave A Reply

Your email address will not be published.