ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମେଡ଼ିକାଲରେ ମୃତ୍ୟୁ

0 69

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଲିଜା ପ୍ରଧାନ (୧୧+) ମଇ ୧୭ ତାରିଖ ଦିନ ଅପରାହ୍ନ ୪ ଟା ସମୟରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତାକରଡ଼ା ଗ୍ରାମର ରୁନା ପ୍ରଧାନଙ୍କ ଝିଅ ଲିଜା ଚଳିତ ଶିକ୍ଷା ବର୍ଷରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ପ୍ରାୟ ଏକମାସ ହେବ ବ୍ରହ୍ମପୁରର ବଡ଼ ମେଡ଼ିକାଲରେ ଚିକିତ୍ସା ହୋଇ ଆସୁଥିଲେ। ଶେଷରେ ଲିଜା ଜୀବନ ସଂଗ୍ରାମରେ ହାରିଯାଇ ସୋମବାର ଅପରାହ୍ନ ୪ ଟା ସମୟରେ ମୃତ୍ୟୁ ବରଣ କରିଥିଲେ। ଲିଜାଙ୍କ ମୃତ୍ୟୁ ଖବର ଜଣା ପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଲିଜା ଜଣେ ବିଶ୍ୱସ୍ତ ଛାତ୍ରୀ ଭାବେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅତ୍ୟନ୍ତ ପ୍ରିୟ ଭାଜନ ଥିବା ବେଳେ ବିଦ୍ୟାଳୟରେ ମଧ୍ୟ ଶୋକାକୁଳ ପରିବେଶ ଦେଖାଦେଇଛି।

Leave A Reply

Your email address will not be published.