ଅକ୍ସିଜେନ୍ ପାଇଁ ଟାସ୍କଫୋର୍ସ ଗଠନ

70

ଭୁବନେଶ୍ୱର : ଅକ୍ସିଜେନ ପାଇଁ ରାଜ୍ୟରେ ଟାସ୍କଫୋର୍ସ ଗଠନ ହୋଇଛି । ଅକ୍ସିଜେନ ଆବଶ୍ୟକତା ଓ ପରି·ଳନା ପାଇଁ ଟାସ୍କଫୋର୍ସ ଗଠନ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କେମିତି ଚାଲିଛି ତାହାକୁ ନେଇ ଏଣିକି ପ୍ରତି ଘଣ୍ଟାରେ ତର୍ଜମା କରାଯିବ । ଏହାସହ ଆଗକୁ ରାଜ୍ୟ ଅକ୍ସିଜେନ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି କୁହାଯାଇଛି ।

ଅଧିକ ସିଲିଣ୍ଡର ଓ ଅକ୍ସିଜେନ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯିବାକୁ ବ୍ୟବସ୍ଥା ହେଉଥିବା ସୂଚନା ଦିଆଯାଉଛି । ଏମ୍କେସିଜିରେ ଅକ୍ସିଜେନ ପ୍ଲାଣ୍ଟ୍ ଉଦ୍ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ତେବେ ଦେଶବାସୀଙ୍କ ନିଦ ହଜାଇ ଦେଇଛି କରୋନାର ଦ୍ୱିତୀୟ କହର । ଦେଶର ବଡ଼ ବଡ଼ ମେଡିକାଲରେ ଏବେ ଅକ୍ସିଜେନ୍ ର ଘୋର ସଙ୍କଟରୁ ଚାଲିଯାଉଛି ଅନେକ ଜୀବନ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ରାଜ୍ୟର କୋଭିଡ୍ ସ୍ଥିତି ନେଇ ଆଲୋଚନା ବି କରିଥିଲେ । ବୈଠକରେ ସବୁ ରାଜ୍ୟ ମେଡିକାଲ, ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପାଇଁ ବ୍ୟାକୁଳ ହେଉଥିବାରୁ ଏହାର ନିରନ୍ତର ଯୋଗାଣ ଲାଗି ସମସ୍ତ ପଦକ୍ଷେପ ନିଆଯାଉଥିବା ଆଶ୍ୱାସନା ଦେଇଥିଲେ ପ୍ରଧାନମନ୍ତ୍ରୀ ।

ସର୍ଭେରେ ନବୀନଙ୍କୁ ସର୍ବାଧିକ ଭୋଟ :

କୋଭିଡ୍ ମୁକାବିଲାରେ ଆଗରେ ଓଡ଼ିଶା

କୋଭିଡ ମୁକାବିଲାରେ ପୁଣି ନବୀନ ସରକାରଙ୍କୁ ପ୍ରଶଂସା । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପକ୍ଷରୁ ହୋଇଥିବା ଅନ୍ଲାଇନ୍ ସର୍ଭେରେ ସର୍ବାଧିକ ଭୋଟ ପାଇ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ସର୍ଭେରେ ନବୀନ ପାଇଛନ୍ତି ୫୭ ପ୍ରତିଶତ ଭୋଟ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୨୬ ପ୍ରତିଶତ ଭୋଟ ପାଇ ଦ୍ୱିତୀୟରେ ଥିବାବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ୧୪ ପ୍ରତିଶତ ଭୋଟ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ପାଇଛନ୍ତି ମାତ୍ର ୩.୨ ପ୍ରତିଶତ ଭୋଟ । ସେହିଭଳି ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟକୁ ନେଇ ହୋଇଥିବା ସର୍ଭେରେ ୫୬ ପ୍ରତିଶତ ଭୋଟ ପାଇ ଆଗରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ପଛରେ ରହିଛନ୍ତି ଉଦ୍ଧବ ଠାକରେ, ତାଙ୍କୁ ମିଳିଛି ୩୦ ପ୍ରତିଶତ ଭୋଟ । ଏହାପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୮ ପ୍ରତିଶତ ପାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ପ୍ରତିଶତ ଭୋଟ ପାଇଛନ୍ତି ।

Comments are closed.