ଟିକାକରଣ ନାଁରେ ହେଉଛି ସାଇବର ଠକେଇ

67

ଭୁବନେଶ୍ୱର : ମହାମାରୀ କରୋନା କାଳରେ ସାଇବର କ୍ରିମିନାଲ୍ ମାତିଛନ୍ତି । ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି ସାଇବର କ୍ରିମିନାଲ୍ । ସେମାନଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଡିଜିପି ଅଭୟ । ସେ କହିଛନ୍ତି ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି । ଟିକା ପାଇଁ କୋୱିନ୍, ଆରୋଗ୍ୟ ସେତୁ, ଉମଙ୍ଗ ଛଡ଼ା ଅନ୍ୟ କେଉଁଠିକୁ ଯାଆନ୍ତୁନାହିଁ । ଏହି ୩ଟି ୱେବସାଇଟ୍ ଛଡ଼ା ଟିକା ପାଇଁ କାହାରିକୁ ପ୍ରାଧିକୃତ କରାଯାଇନି । ମେଡିକାଲ ଅକ୍ସିଜେନ୍ ପାଇଁ ମଧ୍ୟ ଅନ୍ଲାଇନ୍ ରେ ଠକ ମାତିଛନ୍ତି । ଯେଉଁଠି ଅକ୍ସିଜେନ ପାଇଁ ଆଗୁଆ ଟଙ୍କା ଦେବାକୁ କୁହାଯାଉଛି, ଚେକ୍ କରନ୍ତୁ । ଡିଜିପି ଆହୁରି କହିଛନ୍ତି ଟେଲି ମେଡିସିନ ପାଇଁ ଆଗୁଆ ପଇସା ମଗାଯାଉଛି । ଏଥିପ୍ରତି ସତର୍କ ରୁହନ୍ତି । ଠିକ୍ ସେମିତି ଅନ୍ଲାଇନ୍ ରେ ଖାଦ୍ୟ ପଦାର୍ଥ ଦେବାକୁ କହି ଠକି ନେଉଛନ୍ତି । ନିଜ ବ୍ୟକ୍ତିଗତ ତଥ୍ୟ ଅନ୍ଲାଇନ୍ରେ ସେୟାର କଲାବେଳେ ସତର୍କ ରୁହନ୍ତୁ । ଅନ୍ଲାଇନ୍ରେ ଯିଏ ମାଗଣା କିଛି ଅଫର ଦେଉଛି, ସେ ମାୟାରେ ପଡ଼ନ୍ତୁନି । ଥରେ ଚିନ୍ତା କରନ୍ତୁ କିଏ କାହିଁକି ଫ୍ରିରେ ଆପଣକୁ କିଛି ଦେବ?

ସୂଚନାରୁ ପ୍ରକାଶ ଯେ, କରୋନା ମହାମାରୀ ବେଳେ ସାଇବର ଠକମାନେ ମାତିଛନ୍ତି । ବିଭିନ୍ନ ପ୍ରଲୋଭନ୍ ଦେଇ ଠକମାନେ କଳାକନା ବୁଲାଇ ଦେଉଛନ୍ତି । ଗତ କିଛି ମାସ ଭିତରେ ଏପରି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ପୋଲିସ ଚିନ୍ତାରେ ପଡ଼ି ଯାଇଛି । ଏଥିରେ ମୁକ୍ତି ପାଇବା ପାଇଁ ଆଜି ପୋଲିସ ଡିଜି ଅଭୟ ଉପାୟ ବତାଇଛନ୍ତି ।

Comments are closed.