ଚିତ୍ରକୋଣ୍ଡା ଡ଼ଙ୍ଗା ବୁଡି ଘଟଣା : ନିଖୋଜ ୩ ଜଣଙ୍କ ମୃତଦେହ ଉଦ୍ଧାର

0 74

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳ ଭଣ୍ଡାରରେ ବୁଧୁବାର ଦେଶୀ ଡ଼ଙ୍ଗା ଓଲଟି ତିନିଜଣ ନିଖୋଜ ହୋଇଯାଇଥିଲେ । ଗତ କାଲିଅପରାହ୍ନରେ ସେମାନଙ୍କ ମଧ୍ୟରୁ ଦାମୋଦର ବେଡା ଗ୍ରାମର ବୁଦ୍ରୀ ମୁଦୁଲି (୭୦)ର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ସକାଳୁ କୁଡୁମୁଲୁଗୁମା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଦୁର୍ଘଟଣା ଘଟିଥିବା ସ୍ଥାନ ଠାରୁ କିଛି ଦୂରରୁ ଯମୁନା ମୁଦୁଲି ଓ ୧ ବର୍ଷର ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରିଛନ୍ତି । ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମ ଙ୍କ ନେତୃତ୍ୱରେ କୁଡୁମୁଲୁଗୁମା ତହସିଲଦାରଙ୍କ ଉପସ୍ଥିତିରେ ଗତ ତିନି ଦିନ ଧରି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିଲେ ।

ପ୍ରକାଶ ଥାଉକି ନାକମାମୁଡି ପଞ୍ଚାୟତ ଦାମୋଦରବେଡା ଗ୍ରାମର ୧୧ ଜଣ ଏକ ବାହାଘର କାର୍ଯ୍ୟରେ ଯୋଗଦେବା ପାଇଁ ଦେଶୀ ଡ଼ଙ୍ଗାରେ ଓରାପଦର ଘାଟରୁ ବାକୁଲି ଗ୍ରାମକୁ ଯାଉଥିଲେ । ଏହି ସମୟରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ବସିଥିବା ୮ ଜଣ ପହଁରି ପହଁରି କୂଳକୁ ଫେରିଆସଥିବାବେଳେ ୩ ଜଣ ନିଖୋଜ ଥିଲେ । କରୋନା କାଳରେ କଟକଣା ନମାନି ବିହାଘରକୁ ଯିବା ସେମାନଙ୍କ ପାଇଁ କାଳହେଲା ବୋଲି ଆଲୋଚନା ହେଉଛି । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.