୧୨ କିଲୋମିଟର ଚାଲି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗେଇଲେ ଡାକ୍ତରୀ ଦଳ

60

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଖଟୁଆପଦର ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଈଁ ଆଗେଇ ଆସିଛନ୍ତି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଡାକ୍ତର ଅମୀୟ କୁମାର ସ୍ୱାଇଁ, ସ୍ୱାସ୍ଥ୍ୟ କର୍ମୀ ସୁଜିତ ପୂଜାରୀ, ସଂଗ୍ରାମ କୁମାର ଦାସ, ମ୍ୟାଲେରିଆ ସୁପରଭାଇଜର ଅମୂଲ୍ୟ ରତ୍ନ ଷଡ଼ଙ୍ଗୀ ପ୍ରମୁଖ ସ୍ୱାସ୍ଥ୍ୟ ଟିମ ପାହାଡ଼ ଉପରେ ଥିବା ଖଟୁଆପଦର ଗ୍ରାମକୁ ଦୀର୍ଘ ୧୨ କିଲୋମିଟର ପାଦଚଲା ରାସ୍ତା ଅତିକ୍ରମ କରି ଗ୍ରାମରେ ପହଞ୍ଚିଥିଲେ ।

ଗ୍ରାମର ବରିଷ୍ଠ ନାଗରିକ, ଶିଶୁ, ଯୁବକ ଓ ମହିଳା ମାନଙ୍କର ରକ୍ତ ପରୀକ୍ଷା, ସୁଗାର ଟେଷ୍ଟ, ବିପି, ଚେକ, କୋଭିଡ ପରୀକ୍ଷା ସହ ଶିଶୁ ମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ଇତ୍ୟାଦି ପରୀକ୍ଷା କରିଥିଲେ । ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଗାଁ ରେ ମ୍ୟାଲେରିଆରେ ଆକ୍ରାନ୍ତଙ୍କ ଚିକିତ୍ସା କରିଥିଲେ । କରୋନା ସମୟରେ ଅଙ୍ଗନବାଡି କର୍ମୀଙ୍କ ସହ ଏହି ୧୨ ଜଣିଆ ସ୍ୱାସ୍ଥ୍ୟ ଟିମ ଗାଁରେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିଥିଲେ । ସ୍ୱାସ୍ଥ୍ୟ ଟିମର  କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯିବା ସହ ଗ୍ରାମବାସୀ ପ୍ରଥମ ଥର କୋଭିଡ ମହାମାରୀ ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ନିଜେ ସତର୍କତା ଅବଲମ୍ବନ କରିବେ ବୋଲି ଜଣାଇଥିଲେ ।

Comments are closed.