ରାଜ୍ୟରେ ଗତ ୨୪ଘଣ୍ଟାରେ ସର୍ବାଧିକ ୧୧୧୦୮ ପଜିଟିଭ୍ ଚିହ୍ନଟ

0 64

ଭୁବନେଶ୍ୱର ୨୨।୦୫ : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୧୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୮୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ ଜଣ, କଟକରୁ ୯୪୪ ଜଣ, ଅନୁଗୁଳରୁ ୮୬୪ ଜଣ, ସୁନ୍ଦରଗଡ଼ରୁ ୭୦୮ ଜଣ, ମୟୂରଭଞ୍ଜରୁ ୬୩୫ ଜଣ, ବାଲେଶ୍ବରରୁ ୫୦୯ ଜଣ, ଭଦ୍ରକରୁ ୪୮୯ ଜଣ,ପୁରୀରୁ ୪୭୩ ଜଣ, ଯାଜପୁରରୁ ୩୯୬ ଜଣ, ସମ୍ବଲପୁରରୁ ୩୮୪ ଜଣ, ନବରଙ୍ଗପୁରରୁ ୩୫୭ ଜଣ, ବରଗଡ଼ରୁ ୩୩୯ ଜଣ, ନୟାଗଡ଼ରୁ ୩୩୨ ଜଣ, ଜଗତସିଂହପୁରରୁ ୨୧୮ ଜଣ, ବଲାଙ୍ଗୀରରେ ୨୮୯ ଜଣ, ବୌଦ୍ଧ ୨୭୩ ଜଣ,କୋରାପୁଟରୁ ୨୫୧ ଜଣ,ଗଞ୍ଜାମରୁ ୨୧୪ ଜଣ, ରାୟଗଡ଼ାରୁ ୨୦୯ ଜଣ, ସୋନପୁରରୁ ୧୮୦ ଜଣ,କେନ୍ଦୁଝରରୁ ୧୬୯ ଜଣ, ଗଜପତିରୁ ୧୫୭ ଜଣ, କେନ୍ଦ୍ରାପଡ଼ାରୁ ୧୫୦ ଜଣ, କନ୍ଧମାଳରୁ ୧୩୨ ଜଣ,ଢ଼େଙ୍କାନାଳରୁ ୧୩୧ ଜଣ,ଦେବଗଡ଼ରୁ ୧୨୫ ଜଣ, ନୂଆପଡ଼ାରୁ ୧୧୪ ଜଣ, ମାଲାକାନଗିରିରୁ ୧୦୦ ଜଣ, କଳାହାଣ୍ଡିରୁ ୩୯ ଜଣ, ଏବଂ ଷ୍ଟେଟ୍ ପୋଲ୍‌ରୁ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୯୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୬୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୬୭୩୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୨୪୧୪୦୮ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.