ୱେବସାଇଟ୍ ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

77

ଭୁବନେଶ୍ୱର : ଏଣିକି ୱେବସାଇଟ୍ ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ । ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ । ଉଭୟ ଆଂଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ । ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ହୋଇଛି । ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି । ଷ୍ଟେଟଡ୍ୟାସ୍‌ବୋର୍ଡ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଏବଂ କୋଭିଡ୍‌୧୯ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ରେ ମୋବାଇଲ୍ ନମ୍ବର ଦେବା ପରେ ଓଟିପି ଦେଇ କରୋନା ରିପୋର୍ଟ ଜାଣିହେବ । ଏସଆରଏଫ୍ ଆଇଡି ଦେଇ ମଧ୍ୟ ରିପୋର୍ଟ ଜାଣିହବ । ଏହି ୱେବସାଇଟ୍ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହାମାରୀ ବିରୋଧରେ ଲଢ଼େଇ ସମୟରେ ଟେକ୍ନୋଲୋଜି ସର୍ବଦା ଏକ ବଡ଼ ଧରଣର ସାଧନ ପାଲଟିଥାଏ । ଲୋକଙ୍କୁ କୋଭିଡ୍ ପରୀକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ ସହଜ ହେବା ଦ୍ୱାରା ଏଭଳି ସମୟରେ ଲୋକଙ୍କ ୁ ଆଶ୍ୱସ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

Comments are closed.