ଏନକାଉଣ୍ଟରରେ ଟଳିଲେ ୬ ଆତଙ୍କବାଦୀ

0 76

ଆସାମ ୨୩/୫ : ଆସାମା ନାଗାଲାଣ୍ଡ ସୀମାରେ ଥିବା ପଶ୍ଚିମ କାର୍ବି ଆଙ୍ଗେ୍ଲାଙ୍ଗ ଜିଲ୍ଲାରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା ମିଳିଛି । ଯବାନଙ୍କ ପକ୍ଷରୁ କରାଯାଇଥିବା ଏନକାଉଣ୍ଟରରେ ୬ ଜଣ ଦିମାସା ନ୍ୟାସନାଲ ଲିବରେସନ୍ ଆର୍ମି ଆତଙ୍କବାଦୀ ନିହତ ହୋଇଛନ୍ତି । ଏକଥା ସ୍ପଷ୍ଟ କରିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ଏମାନଙ୍କ ନିକଟରୁ ୪ଟି ଏକେ-୪୭ ରାଇଫଲ ମଧ୍ୟ ଜବତ ହୋଇଛି । ପଶ୍ଚିମ କାରବି ଆଙ୍ଗେ୍ଲାଙ୍ଗ ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ରକାଶ ସୋନୋୱାଲଙ୍କ ନେତୃତ୍ୱରେ ଏକ ଟିମ୍ ପୋଲିସ ଏବଂ ଆସାମ ରାଇଫଲ୍ସ କର୍ମଚାରୀଙ୍କ ଦ୍ୱାରା ଏକ ମିଳିତ ଅପରେସନ୍ କରାଯାଇଥିଲା । ଏହି ସମୟରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଥିଲା । ଫଳରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.