ସରକାରୀ ଗହମ ଚୋରା ଚାଲାଣର ପର୍ଦାଫାଶ : ଗାଡି ସହ ଭଦ୍ରେଶ୍ୱର ଫାଣ୍ଡିରେ ୨ ଅଟକ!

63

ଭଦ୍ରେଶ୍ୱର : ମାହାଙ୍ଗା ବ୍ଲକରେ ଯୋଗାଣ ଅଧିକାରୀ ପଦବୀ ଦୀର୍ଘ ଦିନ ଧାରୀ ଖାଲି ପଡ଼ିଥିବାରୁ ଏହାର ସୁଯୋଗ ନେଇ
ବିଭିନ୍ନ କଣ୍ଟ୍ରୋଲ ସାମଗ୍ରୀ କଳାବଜାରୀ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା । ତେବେ କୋଭିଡ କଟକଣା ସାଙ୍ଗକୁ ସାରା ରାଜ୍ୟରେ ଏବେ ସଟଡାଉନ ଲକଡାଉନ ଚାଲିଛି । ଏହାର ସୁଯୋଗ ନେଇ ଆଜି ମାହାଙ୍ଗା ବ୍ଲକ ଅଂଚଳରେ କେତେକ ଅସାଧୁ ଡିଲର କଣ୍ଟ୍ରୋଲ ସାମଗ୍ରୀ କଳାବଜାରୀ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଏବେ ପୋଲିସ କବ୍ଜାରେ ।

ମିଳିଥିବା ସୂଚନା ମୁତାବକ ଆଜି ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ଅସ୍ତପୁର ଗ୍ରାମରୁ OD-19- A-6966 ନମ୍ବର ଗାଡିରେ ସରକାରୀ ଗହମ ନେଇ ଖନ୍ଦୋଳ ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ହାତରେ ଧାରା ପଡ଼ିଥିଲେ । ତୁରନ୍ତ ଏନେଇ ଭଦ୍ରେଶ୍ୱର ଫାଣ୍ଡିକୁ ଅବଗତ କରିବା ପରେ ଫାଣ୍ଡି କର୍ମଚାରୀ ଘଟଣା ସ୍ଥଳରେ ପହଂଚି ସରକାରୀ ଗହମ ବୋଝେଇ ଗାଡି ସହ ଗାଡି ଚାଳକ ଓ ଅନ୍ୟଜଣେ ସହଯୋଗୀକୁ ଆଣି ଫାଣ୍ଡିରେ ଅଟକ ରଖାଜାଇଥିବା ଜଣାପଡିଛି ।

Comments are closed.