ରାଜ୍ୟରେ ଗୋଟିଏ ଦିନରେ ୧୧୦୫୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧

67

ଭୁବନେଶ୍ୱର :  ରାଜ୍ୟରେ ଗୋଟିଏ ଦିନରେ  ୧୧୦୫୯ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୭୦୩୪୪୧ କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।  ରାଜ୍ୟରେ ବର୍ତମାନ ସୁଦ୍ଧା  ୫୮୯୬୧୦ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ   ସକ୍ରିୟ ୧୧୧୨୬୨  ରହିଛି । ଆଜି ଚିହ୍ନଟ ହୋଇଥିବା ୧୧୦୫୯ ଜଣଙ୍କ ମଧ୍ୟରୁ  ୬୧୯୩ ଜଣ ସଂଗରୋଧରୁ ହୋଇଥିବା ବେଳେ ୫୬୫୭ ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ କଟକ ଜିଲ୍ଲାରେ ସବୁଠାରୁ ଅଧିକ   ୧୧୩୩    ଜଣ  କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।


ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ  ୮୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୦୦ ଜଣ, ବରଗଡ଼ରୁ ୩୬୭ ଜଣ, ଭଦ୍ରକରୁ ୩୭୭  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ବୌଦ୍ଧ  ଜିଲ୍ଲାରୁ ୨୬୧,  କଟକରୁ ୧୧୩୩  ଜଣ,  ଦେବଗଡ ଜିଲ୍ଲାରୁ ୧୦୩  ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫୧ ଜଣ, ଗଜପତି ଜିଲ୍ଲାରୁ ୬୭ , ଗଞ୍ଜାମରୁ ୧୫୫   ଜଣ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୩୩୦ ଜଣ, ଯାଜପୁରରୁ ୫୬୪ ଜଣ, ଝାରସୁଗୁଡ଼ାରୁ ୩୩୮  ଜଣ, କଳାହାଣ୍ଡିରୁ ୪୦୭  ଜଣ, କନ୍ଧମାଳ ଜିଲ୍ଲାରୁ ୧୦୩ ଜଣ.  କେନ୍ଦ୍ରାପଡ଼ାରୁ ୩୦୯  ଜଣ, କେନ୍ଦୁଝରରୁ ୨୦୦  ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୦୧୦  ଜଣ, କୋରାପୁଟରୁ ୧୭୫ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୬୬୨  ଜଣ, ନବରଙ୍ଗପୁରରୁ ୩୨୨ ଜଣ, ନୟାଗଡ଼ରୁ ୨୪୬ ଜଣ, ନୂଆପଡ଼ାରୁ ୪୦ ଜଣ, ପୁରୀରୁ ୪୩୦  ଜଣ, ରାୟଗଡ଼ାରୁ ୧୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ସମ୍ବଲପୁରରୁ ୩୭୯ ଜଣ, ସୋନପୁରରୁ ୨୦୪  ଜଣ, ସୁନ୍ଦରଗଡ଼ରୁ ୭୨୯ ଜଣ ଓ ଷ୍ଟେଟ୍ ପୁଲରୁ ୨୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.