କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୨୨,୩୧୫ ନୂଆ ମାମଲା

66

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା  ମଧ୍ୟରେ ୨,୨୨,୩୧୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ ୪,୪୫୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା ୨,୬୭,୫୨,୪୪୭ ପହଂଚିଛି ।

ଆଜି  ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ  ସକ୍ରିୟ ରୋଗୀଙ୍କ ସଂଖ୍ୟା   : ୨୭,୨୦,୭୧୬ ଥିବା ବେଳେ ବର୍ତମାନ ସୁଦ୍ଧା  ୩,୦୩,୭୨୦ ଜଣ ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା  ମଧ୍ୟରେ  କୋବିଡ ପାଇଁ ୧୯,୨୮,୧୨୭ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା  ୩୩,୦୫,୩୬,୦୬୪  ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Comments are closed.