ରାଜ୍ୟରେ ଗୋଟିଏ ଦିନରେ ୧୦୯୩୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦

60

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୦୯୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୬୦୧୨୨୪ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୧୧୦୫୫୪ ରହିଛି । ଆଜି ଚିହ୍ନଟ ହୋଇଥିବା ୧୦୯୩୯ ଜଣଙ୍କ ମଧ୍ୟରୁ ୬୧୭୮ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୭୬୧ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୨୯୮ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୨୩ ଜଣ, ବରଗଡ଼ରୁ ୩୨୩ ଜଣ, ଭଦ୍ରକରୁ ୧୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ବୌଦ୍ଧ ଜିଲ୍ଲାରୁ ୩୮୫, କଟକରୁ ୯୨୨ ଜଣ, ଦେବଗଡ ଜିଲ୍ଲାରୁ ୧୦୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୬୩ ଜଣ, ଗଜପତି ଜିଲ୍ଲାରୁ ୪୩ , ଗଞ୍ଜାମରୁ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୯୧ ଜଣ, ଯାଜପୁରରୁ ୫୪୧ ଜଣ, ଝାରସୁଗୁଡ଼ାରୁ ୧୯୧ ଜଣ, କଳାହାଣ୍ଡିରୁ ୨୪୪ ଜଣ, କନ୍ଧମାଳ ଜିଲ୍ଲାରୁ ୭୭ ଜଣ. କେନ୍ଦ୍ରାପଡ଼ାରୁ ୩୨୩ ଜଣ, କେନ୍ଦୁଝରରୁ ୧୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୨୯୮ ଜଣ, କୋରାପୁଟରୁ ୨୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୬୦୪ ଜଣ, ନବରଙ୍ଗପୁରରୁ ୩୬୨ ଜଣ, ନୟାଗଡ଼ରୁ ୨୨୫ ଜଣ, ନୂଆପଡ଼ାରୁ ୬୪ ଜଣ, ପୁରୀରୁ ୪୫୬ ଜଣ, ରାୟଗଡ଼ାରୁ ୧୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୩୧୯ ଜଣ, ସୋନପୁରରୁ ୩୦୧ ଜଣ, ସୁନ୍ଦରଗଡ଼ରୁ ୫୧୨ ଜଣ ଓ ଷ୍ଟେଟ୍ ପୁଲରୁ ୨୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

Comments are closed.