ମୟୂରଭଞ୍ଜ: କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି

0 70

-ଆଜି ଜିଲ୍ଲାରୁ ୬୦୪ ନୂଆ କରୋନା ପଜିଟିଭ ଚିହ୍ନଟ

– ମେ ମାସର ୨୫ ଦିନରେ ରେକର୍ଡ଼ ସଂଖ୍ୟକ ୯,୨୨୩ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ଚେନ ଭାଙ୍ଗିବାର ନାମ ଧରୁନାହିଁ । ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ସଦର ମହକୁମା ବାରିପଦାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସର୍ବତ୍ର କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି । ଏହି ସମୟରେ କେବଳ ଚଳିତ ମେ ମାସର ୨୫ ଦିନରେ ଜିଲ୍ଲାରୁ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୯,୨୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ ଦିନରେ ୫,୬୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ କରୋନା ପାରାମିଟର ଉପର ମୁହାଁ ହେବାରେ ଲାଗିଛି । 

ଆଜି  ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧୦,୯୩୯ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୬୦୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬,୨୬୨ରେ ପହଁଞ୍ଚିଛି । ସେହିପରି ମେ ୨୪ପର୍ଯ୍ୟନ୍ତ ଜିଲ୍ଲାରୁ ୮୦.୧୩ ପ୍ରତିଶତ ହାରରେ ୨୧,୦୪୫ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ପୂର୍ବାହ୍ନ ସୁଦ୍ଧା ୧୯.୫୦ ପ୍ରତିଶତ ହାରରେ ୫,୧୨୨ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଣ୍ଟର, କୋଭିଡ଼ ହସପିଟାଲ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି । ସେହିପରି ମେ ୨୫ ମଧ୍ୟରେ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ମୋଟ ୯୫ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । 

Leave A Reply

Your email address will not be published.