‘ୟାସ୍‌’ ପ୍ରଭାବିତ ୮ଟି ଜିଲ୍ଲାରେ ରାସ୍ତା ଅବରୋଧ ହଟିଲା

0 73

ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେଉଁଝର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲା ପ୍ରଳୟଙ୍କରୀ ବାତ୍ୟା ‘ୟାସ୍‌’ରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟାରେ ଗଛ ଭାଙ୍ଗିବା ଯୋଗୁ ୮ଟି ଜିଲ୍ଲାର ୫୧୦ଟି ରାସ୍ତାରେ ଗମନାଗମନ ବ୍ୟାହାତ ହୋଇଥିଲା । ୨୭ ତାରିଖ ସୁଦ୍ଧା ଏହି ସମସ୍ତ ଜିଲ୍ଲାରେ ଅବରୋଧ ହୋଇଥିବା ୫୧୦ଟି ରାସ୍ତାରୁ ଉପୁଡ଼ି ପଡ଼ିଥିବା କିମ୍ବା ଭାଙ୍ଗି ପଡ଼ିଥିବା ୨୦୭୪ଟି ଗଛକୁ କଟାଯାଇ ଗମନାଗମନ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ । 

Leave A Reply

Your email address will not be published.