କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା

0 61

ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଛି। ଗ୍ରାମବାସୀମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥ ଉପରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। କବିଡ଼ ହସ୍ପିଟାଲରେ ବେପରୁଆ ଭାବେ ଚିକିତ୍ସା କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ନାଇଡୁପେଟା ଗ୍ରାମର ଜି. ତ୍ରୀବେଣି ନାମକ ଜଣେ ମହିଳାକିଛି ଦିନ ତଳେ ସେ ପେମ ବିଭାହ କରିଥିଲେ ସେ କରୋନା ଆକ୍ରାନ୍ତ ହୋଇ ଗତକାଲି ଜେକେପୁର କୋଭିଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସକାଳୁ ଭର୍ତ୍ତି ହୋଇ ଚିକିତ୍ସା ଚାଲିଥିଲା। ତେବେ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। କିଛି ଦିନ ତଳେ ମଧ୍ୟ ଗୋଟିଏ କରନା ଆକ୍ରାନ୍ତ ଆତ୍ମହତ୍ୟା କରିଥିବା ବେଳେ ବର୍ତ୍ତମାନ ଆଉଜଣେ ହଠାତ ମୂର୍ତ୍ୟୁ ହେବାର ଘଟଣା, ଏହି ଖବର ମିଳିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଜେକେପୁର କୋଭିଡ ମେଡିକାଲ ଠାରେ ରୋଗୀଙ୍କ ଠିକ୍ ଚିକିତ୍ସା ହେଉନଥିବା ଅଭିଯୋଗ କରି ଆଜି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ନିକଟସ୍ଥ ଅନ୍ୟ ଗ୍ରାମବାସୀମାନେ ମିଳିତ ଭାବେ ରାସ୍ତା ଅବରୋଧ କରିଛନ୍ତି। ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ମୃତ୍ୟୁର ସଠିକ କାରଣ ଘୋଷଣା କରିବା ସହ ମୃତକଙ୍କ ପରିବାରକୁ ସହାୟତା ଦାବି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାରୋକ ଯୋଗୁଁ ରାଜପଥରେ ସମସ୍ତ ଯାନବାହନ ଚଳାଚଳ ଠପ୍ ହୋଇପଡିଛି।ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ଲୋକମାନେ ଘଟଣା ସ୍ଥଳରେ ଅଟଳ ହୋଇ ରହିଥିବା ସୂଚନା।

Leave A Reply

Your email address will not be published.