ଦିନକରେ ୧.୬୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୪୬୦ ଜଣଙ୍କର ମୃତ୍ୟୁ

0 71

ନୂଆଦିଲ୍ଲୀ, ୩୦ ।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଲଗାତର ହ୍ରାସ ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୧,୬୫,୫୫୩ ମାମଲା ଚିହ୍ନଟ ହୋଇଛି । ସେହିପରି ଏହି ମହାମାରୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୦ ଜଣଙ୍କର ମୃତ୍ୟୁ ହୋଇଛି । ଦିନକ ଭିତରେ ଦେଶରେ ୨,୭୬,୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣର ମୋଟ ୨,୭୮,୯୪,୮୦୦ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୨,୫୪,୫୪,୩୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ଦେଶରେ କରୋନା ମୋଟ ୩,୨୫,୯୭୨ ଜଣଙ୍କର ଜୀବନ ନେଇସାରିଛି । ତେବେ ବର୍ତ୍ତମାନ ଦେଶରେ କରୋନାର ଆକ୍ଟିଭ୍ ମାମଲା ୨୧,୧୪,୫୦୮କୁ ହ୍ରାସ ପାଇଛି । ଦେଶରେ କୋଭିଡ୍ ଟିକାକରଣ ଜୋରସୋରରେ ଚାଲିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୨୧,୨୦,୬୬,୬୧୪ ଜଣ ଲୋକଙ୍କର ଟିକାକରଣ ହୋଇସାରିଛି । ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଶନିବାର ଦିନ ୧୮ରୁ ୪୪ ବର୍ଷ ବର୍ଗର ୧୪,୧୫,୧୯୦ ଜଣଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ସେହିପରି ଏହି ବୟସ ବର୍ଗରେ ୯୦୭୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ମନ୍ତ୍ରାଳୟ କହିଛି ଯେ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ପରେ ଦେଶରେ ମୋଟ ୧,୮୨,୨୫,୫୦୯ ଜଣଙ୍କୁ ପ୍ରଥମ ଡୋଜ୍ ଦିଆସରିଛି । ବିହାର, ଦିଲ୍ଲୀ, ଗୁଜରାଟ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୧୮ରୁ ୪୪ ପର୍ଯ୍ୟାୟ ବୟସ ବର୍ଗର ୧୦ଲକ୍ଷରୁ ଅଧିକ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ।

Leave A Reply

Your email address will not be published.