ଏଥର ବି ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

79

ପୁରୀ : ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଓ ସେବାୟତ ପ୍ରତିନିଧିଙ୍କୁ ନେଇ ଭର୍ଚୁଆଲ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ୧୪୪ ଧାରା ଜାରି କରି ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯିବ । ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା କରିବା ନେଇ ନିଷ୍ପତି ପରେ ରଥଯାତ୍ରାରେ ଏଭଳି କଟକଣା କରାଯିବା ନେଇ ମଧ୍ୟ ସମ୍ଭାବନା ରହିଛି ବୋଲି କୁହାଯାଉଛି । ସେପଟେ ରଥଖଳାରେ ଅଖ ଅନୁକୂଳ ହୋଇଛି ଏବଂ ଭଲ ଖବର ହେଉଛି ରଥଖଳା ବର୍ତ୍ତମାନ ସଂପୂର୍ଣ୍ଣ କୋଭିଡ ସଂକ୍ରମଣମୁକ୍ତ ରହିଛି ।

Comments are closed.