ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା

63

ଭୁବନେଶ୍ୱର : ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା । ପାଠପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା । ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ପ୍ରେସମିଟରେ ବିଏମ୍ସି କମିଶନର ସଂଜୟ ସିଂହଙ୍କ ସୂଚନା ଦେଇଛନ୍ତି । ପାଠପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ଅସୁବିଧା ଭୋଗୁଛନ୍ତି । ଟିକା ନେଇନଥିଲେ ବିଦେଶ ଯିବାକୁ ଅନୁମତି ନଥିବାରୁ ବ୍ୟବସ୍ଥା କରାଯବି । ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠାରୁ ବ୍ୟବସ୍ଥା କରାଯିବ ।

ଏଭଳି ଛାତ୍ରଛାତ୍ରୀ ୧୯୨୯କୁ ଫୋନ୍ କରି ରେଜିଷ୍ଟ୍ରେସନ୍ କରିାରିବେ । ରେଜିଷ୍ଟ୍ରେସନ୍ କଲା ପରେ ସେମାନଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ହେବ । ଏହା ବିଏମ୍ସି ଅକ୍ସିଜେନ କନ୍ସେନ୍ଟ୍ରେଟର ଯୋଗାଇବ ବୋଲି କମିଶନର କହିଛନ୍ତି । ଏଥିାଇଁ ଏକ ଆପ୍ ପ୍ରସ୍ତୁତ ହେବ । ଯେଉଁମାନେ ·ହିଁବେ ନେଇପାରିବେ । ଜୁନ୍ ୪ ପର୍ଯ୍ୟନ୍ତ ବିଏମ୍ସି ଅଞ୍ଚଳରେ ୮ ଲକ୍ଷ ୫୭ ହଜାର ଡୋଜ୍ ଟିକା ଦିଆଗଲାଣି । ସ୍ୱାସ୍ଥ୍ୟକର୍ମୀ ୩୫, ୪୨୯, ସମ୍ମୁଖ କର୍ମୀଙ୍କୁ ୪୮,୪୧୦ ଡୋଜ୍ ଦିଆଯାଇଛି । ୪୫+ ବର୍ଗରେ ପ୍ରଥମ ଡୋଜ୍ ୩.୩୮ ଲକ୍ଷ ଓ ୨ୟ ଡୋଜ୍ ୨.୧୧ ଲକ୍ଷ ନେଲେଣି । ୧୮ରୁ ୪୪ ବୟସ ବର୍ଗରେ ୧ ଲକ୍ଷ ୭୦ ହଜାର ଜଣକୁ ପ୍ରଥମ ଡୋଜ୍ ମିଳିଛି । ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୪ରୁ ୬ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ମିଳିବ । ବାକି ଥିବା ୧୮ରୁ ୪୪ ବର୍ଗ ପ୍ରଥମ ଡୋଜ୍ ନିମନ୍ତେ ଖୁବ୍ଶୀଘ୍ର ବ୍ୟବସ୍ଥା ହେବ ।

Comments are closed.