ତ୍ୱଚାର ସୁରକ୍ଷା ପାଇଁ ଓରିଫ୍ଲେମ୍ ପ୍ରସ୍ତୁତ କଲା ଇଲୁସ୍କିନ୍ ପାଉଡ଼ର

0 63

ଭୁବନେଶ୍ୱର : ଅଗ୍ରଣୀ ସୋସିଆଲ ସେଲିଂ ସୁଇଡିଶ୍ ବିୟୁଟି ବ୍ରାଣ୍ଡ୍ ଓରିଫ୍ଲେମ୍ ପକ୍ଷରୁ ସବୁବେଳେ ଉଚ୍ଚଗୁଣବତାଯୁକ୍ତ ପ୍ରଭାବଶାଳୀ, ସୁରକ୍ଷିତ ଏବଂ ବିଶ୍ୱାସନୀୟ ପ୍ରାକୃତିକ ଉତ୍ପାଦ ଉପରେ ଗୁରୁତ୍ୱାରୋପ କରାଯାଇଥାଏ । ନବୀନତମ ଜ୍ଞାନକୌଶଳର ଉତ୍ପତିସ୍ଥଳ ଭାବେ ଖ୍ୟାତି ଅର୍ଜନ କରିଥିବା ଷ୍ଟକହୋମ୍ ସହରରେ ଦି ୱାନ୍ ଭଳି ମହିଳା ଉପଯୋଗୀ ଫେଶନବୁଲ୍ ମେକ୍ ଅପ୍ ବ୍ରାଣ୍ଡ୍ର ହାଇ-ଟେକ୍ ଉତ୍ପାଦ ଏବେ ବଜାରରେ ଉପଲବ୍ଧ ହେବ । ଓରିଫ୍ଲେମ୍ ପକ୍ଷରୁ ଦି ୱାନ୍ ବ୍ରାଣ୍ଡ୍ର ଦି ୱାନ୍ ଇଲୁସ୍କିନ୍ ଆକ୍ୱାବୁଷ୍ଟ ଫାଉଣ୍ଡେଶନ ଏବଂ ଦି ୱାନ୍ ଇଲୁସ୍କିନ୍ ପ୍ରେସଡ୍ ପାଉଡ଼ରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ପ୍ରଭାବଶାଳୀ ମହିଳା ଲିଡରଙ୍କ ବ୍ୟକ୍ତିତ୍ୱ ବିକାଶ କରିବାକୁ ଏହା ସକ୍ଷମ ହେବ । ଦି ୱାନ୍ ଇଲୁସ୍କିନ୍ ପ୍ରେସଡ୍ ପାଉଡ଼ର ଲୁମିନସ୍, ଅଏଲ୍ ଫ୍ରି, ଫ୍ରେଶ୍ ଫିନିସ୍ ଦେବାକୁ ସକ୍ଷମ ହେବ । ଏଥିରେ ସଫ୍ଟ ଫୋକସ୍ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପାଉଡର ଇମ୍ପରଫେକଶନ୍କୁ ବ୍ଲର୍ କରିବାକୁ ସକ୍ଷମ ହେବ । ଏହା ତ୍ୱଚାକୁ ସିଲ୍କ୍, ସ୍ମୁଥ୍ ଏବଂ ପରଫେକ୍ଟ୍ ଲୁକ୍ ଦେବାକୁ ସକ୍ଷମ ହେବ । ଦି ୱାନ୍ ଇଲୁସ୍କିନ୍ ଆକ୍ୱାବୁଷ୍ଟ ଫାଉଣ୍ଡେଶନ ଏସ୍ପିଏଫ୍-୨୦ ଏକ ରିଫ୍ରେଶିଂ ମିଡ଼ିୟମ୍ ଦ୍ୱାରା ଅତୁଳନୀୟ ଗ୍ଲୋ ଏବଂ ଡେୟି ରେଡିଆନ୍ସ୍ ପ୍ରଦାନ କରିଥାଏ । ଏଥିରେ ପ୍ରାକୃତିକ ଗ୍ଲାସ୍ରିର ୱାଟର ରହିଛି, ଯାହାକି ତ୍ୱଚାକୁ ୮ ଘଂଟା ପର୍ଯ୍ୟନ୍ତ ହାଇଡ୍ରେଟ୍ ଏବଂ ରିଭାଇଟାଲାଇଜ୍ କରିଥାଏ । ଏହି ଅବସରରେ ଓରିଫ୍ଲେମର ଦକ୍ଷିଣ ଏସିଆର ଆଂଚଳିକ ମାର୍କେଟିଙ୍ଗ୍ ବରିଷ୍ଠ ନିର୍ଦ୍ଦେଶକ ନବୀନ ଆନନ୍ଦ କହିଲେ, ଆମେ ଦି ୱାନ୍ ବ୍ରାଣ୍ଡ୍ର ଦି ୱାନ୍ ଇଲୁସ୍କିନ୍ ଆକ୍ୱାବୁଷ୍ଟ ଫାଉଣ୍ଡେଶନ ଏବଂ ଦି ୱାନ୍ ଇଲୁସ୍କିନ୍ ପ୍ରେସଡ୍ ପାଉଡ଼ରର ବଜାର ପ୍ରବେଶ କରାଇ ଥିବାରୁ ବେଶ୍ ଆନନ୍ଦିତ । ଏହା ତ୍ୱଚାକୁ ସୁରକ୍ଷା ଦେବାକୁ ସକ୍ଷମ ହେବ । ଏହି ନୂଆ ଉତ୍ପାଦ ବେଶ୍ ଲୋକପ୍ରିୟ ହୋଇ ପାରିବ ବୋଲି ଆମର ଆଶା ଓ ବିଶ୍ୱାସ । ଏହା ସମସ୍ତଙ୍କର ମେକ୍ ଅପ୍ ବ୍ୟାଗ୍ରେ ରହିବ ବୋଲି ଆମର ଆଶା ଓ ବିଶ୍ୱାସ ।

Leave A Reply

Your email address will not be published.