କାର୍ବନ ଡିସ୍କ୍ଲୋଜର ପ୍ରୋଜେକ୍ଟ ତାଲିକାରେ ସ୍ଥାନ ପାଇଲା ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ

0 63

ଭୁବନେଶ୍ୱର: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଭାରତର ଏକମାତ୍ର ବ୍ୟାଙ୍କ ଭାବେ ଏହା କାର୍ବନ ଡିସ୍କ୍ଲୋଜର ରିପୋର୍ଟ (ସିଡିପି) ତାଲିକାରେ ସ୍ଥାନ ପାଇଛି । କ୍ରମାଗତ ଷଷ୍ଠ ଥର ଲାଗି ଏହି ତାଲିକାରେ ବ୍ୟାଙ୍କ ସ୍ଥାନ ପାଇଛି । ସିଡିପି ହେଉଛି ଏକ ବିଶ୍ୱସ୍ତରୀୟ ଘୋଷଣା ବ୍ୟବସ୍ଥା ଯେଉଁଥିରେ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକୁ ପରିବେଶ ସ୍ୱଚ୍ଛତା ଓ ପ୍ରଦର୍ଶନ ଅନୁସାରେ ର୍ୟାଙ୍କ୍ ପ୍ରଦାନ କରାଯାଇଥାଏ । ଏହି ମାଇଲ୍ଖୁଣ୍ଟକୁ ପାଳନ କରିବା ଲାଗି ବିଶ୍ୱ ପରିବେଶ ଦିବସ ଅବସରରେ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସୁମନ୍ତ କଠ୍ପାଲିଆ ପରିବେଶ, ସାମାଜିକ ଓ ପ୍ରଶାସନକୁ ନେଇ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ଆସନ୍ତା ୪ ବର୍ଷ ଭିତରେ ବ୍ୟାଙ୍କ ଏହାର ଅଙ୍ଗାରକାମ୍ଳ ନିର୍ଗମନରେ ୫୦% ହ୍ରାସ କରିବ । ଆସନ୍ତା ଦୁଇ ବର୍ଷରେ ଏହାର ଋଣ ପୁସ୍ତିକାର ୩.୫% ଅର୍ଥ ଜଳବାୟୁ ଫାଇନାନ୍ସ ବାବଦରେ ପ୍ରଦାନ କରିବ । ବ୍ୟାଙ୍କ ଏହାର ସମସ୍ତ ଶାଖା, ଲବିକୁ ଗ୍ରିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବ ଏବଂ ସେଗୁଡ଼ିକୁ ଏଲ୍ଇଇଡି ସାର୍ଟିଫାଏଡ୍ କରିବ । ଯେଉଁ ସହରଗୁଡ଼ିକରେ ପ୍ରଦୂଷଣ ମାତ୍ରା ଅଧିକ ସେଠାରେ ୫୦,୦୦୦ ବୃକ୍ଷରୋପଣ କରାଯିବ । ଜଳ ସଂରକ୍ଷଣ, ବର୍ଜ୍ୟ ହ୍ରାସ ଓ ବର୍ଜ୍ୟର ରିସାଇକଲ୍କୁ ନେଇ କର୍ମଚାରୀ ସଚେତନତା ଅଭିଯାନ ଆରମ୍ଭ କରାଯିବ । ୬୭୫ କିଲୋ ୱାଟ୍ କ୍ଷମତାର ସୌର ସମାଧାନ ସ୍ଥାପନ କରାଯିବ । ୭୦ ନିୟୁତ କ୍ୟୁବିକ୍ ମିଟର୍ର ଜଳ ଅମଳ କ୍ଷମତା ସୃଷ୍ଟି କରାଯିବ ଓ ୧୫ ହ୍ରଦ ଓ ୨ ଡ୍ରେନ୍ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ । ଏହି ଅବସରରେ ରୁପା ସତୀଶ, ମୁଖ୍ୟ-କର୍ପୋରେଟ୍ ଓ ଇନ୍ଭେଷ୍ଟମେଣ୍ଟ୍ ବ୍ୟାଙ୍କିଙ୍ଗ୍, ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବଲ୍ ବ୍ୟାଙ୍କିଙ୍ଗ୍, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ କହିଛନ୍ତି ଯେ, “ଦୀର୍ଘ ମିଆଦୀ ଲକ୍ଷ୍ୟ ଧାର୍ଯ୍ୟ କରିବା ଓ ସ୍ୱଚ୍ଛ ଶକ୍ତି ଓ ଶକ୍ତି ମିତବ୍ୟୟୀ ପ୍ରକଳ୍ପର ନିବେଶ ପାଇଁ ରଣନୀତି ମୂତୟନ କରି ଜଳବାୟୁ ପରିବର୍ତନ ପ୍ରଭାବ ହ୍ରାସ କ୍ଷେତ୍ରରେ ଅଗ୍ରଣୀ ରହିବା ଲାଗି ବ୍ୟାଙ୍କ ସଂକଳ୍ପବଦ୍ଧ । ଆମେ ମାନ୍ୟତା ଦେଇଛୁ ଯେ ଆମର ବ୍ୟବସାୟ ସହିତ ନିରନ୍ତରତାକୁ ଯୋଡ଼ିବା ଓ ଆମର ଉତ୍ପାଦ, ସେବା ଓ ପରିଚାଳନା ସହ ଇଏସ୍ଜି ରଣନୀତି କେବଳ ସମାଜର ବୃହତ୍ତର ଲାଭ କରିବ ତାହା ନୁହେଁ ବରଂ ଦୀର୍ଘମିଆଦୀ ଲକ୍ଷ୍ୟ ଭିତ୍ତିକ ସଂସ୍ଥା ଭାବେ ଉଭା ହେବାରେ ବ୍ୟାଙ୍କ ପାଇଁ ସହାୟକ ହେବ । ଏହି ଦର୍ଶନ ବ୍ୟାଙ୍କ ଲାଗି ଅଧିକ ମାନ୍ୟତା ଆଣିଦେଇଛି । ଏହାର ଅଂଶ ଭାବେ କ୍ରମାଗତ ଭାବେ ଅଗ୍ରଣୀ ଭାରତୀୟ ବ୍ୟାଙ୍କ ଭାବେ ଏହା ସିଡିପି ତାଲିକାରେ ସ୍ଥାନ ପାଉଛି । ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ ଇୟରବୁକ୍ ୨୦୨୧ରେ ସ୍ଥାନ ପାଇଥିବା ୨୧ଟି ଭାରତୀୟ ସଂସ୍ଥା ମଧ୍ୟରୁ ଆମେ ଅନ୍ୟତମ ଓ ଏକମାତ୍ର ଭାରତୀୟ ବ୍ୟାଙ୍କ ।

Leave A Reply

Your email address will not be published.