୮୦ କୋଟି ଲୋକଙ୍କୁ ମାଗଣା ରାସନ

75

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରି ମାଗଣା ରାସନ ଯୋଗାଣ ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ପାଇଁ ଲୋକଙ୍କ ଜୀବିକା ବିନ୍ନ ହୋଇଥିବାରୁ ମାଗଣା ରାସନ ବ୍ୟବସ୍ଥା କରାଯାଇଛି । ଦୀପାବଳି ଯାଏ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ । ଏହି ଯୋଜନାରେ ପ୍ରାୟ ୮୦ କୋଟି ଭାରତୀୟ ମାଗଣା ରାସନ ପାଇବେ । ଗତବର୍ଷ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଧାରରେ ଏହି ସୁବିଧା ମିଳିବ ।

୨୦୨୦ରୁ ଲାଗୁ ହୋଇଥିବା ଏହି ଯୋଜନାକୁ ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଇଛି । ମହାମାରୀ ସମୟରେ ସରକାର ଗରିବଙ୍କ ସହ ଅଛନ୍ତି । ନଭେମ୍ବର ଯାଏ ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ । ସରକାରଙ୍କ ଘୋଷଣା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ·ଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ୮୦ କୋଟି ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବେ । ସେହିପରି ଲୋକମାନେ ପୂର୍ବଭଳି ୫ କେଜି ·ଉଳ, ଗହମ ଓ ଡାଲି ଯଥାକ୍ରମେ ୩, ୨ ଓ ୧ ଟଙ୍କାରେ ଅତିରିକ୍ତ ଭାବେ ମଧ୍ୟ କିଣିପାରିବେ ।

Comments are closed.