ଟିକାକରଣକୁ ନେଇ ସରକାରଙ୍କ ନୂଆ ଗାଇଡଲାଇନ୍

0 63

ନୂଆଦିଲ୍ଲୀ, ୮ ।୬: ଦେଶବାସୀଙ୍କୁ ମାଗଣାରେ ଟିକା ଦିଆଯିବ ଘୋଷଣା କରିବା ପରେ କେନ୍ଦ୍ର ସରକାର ଟିକାକରଣକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି । ପୂର୍ବରୁ ୪୫+ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ ଏବେ ଜୁନ୍ ୨୧ଠାରୁ ସବୁ ବର୍ଗର ଲୋକଙ୍କର ମାଗଣାରେ ଟିକାକରଣ କରାଯିବ । ଏବେ ମାଗଣା ଟିକାକରଣକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନ ଅନୁଯାୟୀ, କେନ୍ଦ୍ର ସରକାର ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଠାରୁ ସିଧାସଳଖ ନିଜର ୫୦% ଓ ରାଜ୍ୟ ୨୫% ଟିକା କିଣିବେ । ଏହାପରେ ଏହାକୁ ମାଗଣାରେ ରାଜ୍ୟମାନଙ୍କୁ ଯୋଗାଇ ଦେବେ । ବାକି ୨୫% ଟିକା ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଉତ୍ପାଦନକାରୀଙ୍କ ଠାରୁ କିଣିପାରିବେ । -ରାଜ୍ୟ ଗୁଡ଼ିକର ଜନସଂଖ୍ୟା ଓ ଟିକା ଅପଚୟକୁ ଦେଖି ଟିକା ଯୋଗାଣ କରାଯିବ । ଯେଉଁ ରାଜ୍ୟରେ ଟିକାର ଅପଚୟ ଯେତେ କମ ରହିବ, ସେହି ରାଜ୍ୟମାନଙ୍କୁ ସେତେ ଅଧିକ ଟିକା ଯୋଗାଣ କରାଯିବ । ଟିକା ଅଚୟନ ଅଧିକ ହେଲେ ଟିକା ଯୋଗାଣ ହ୍ରାସ ପାଇବ ।

Leave A Reply

Your email address will not be published.