ପରୋକ୍ଷରେ ଅନଲକ ସଙ୍କେତ ଦେଲେ ନବୀନ

65

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହାର କମିବା ସହିତ ପଜିଟିଭିଟି୍ ରେଟ୍ ମଧ୍ୟ ହ୍ରାସ ପାଉଛି । ଏବେ ୯ଟି ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ଗ୍ରୀନ୍ ଜୋନ୍ ରେ ଅଛି । ୧୧ଟି ଜିଲ୍ଲା ରେଡ୍ ଜୋନ୍ ରେ ରହିଛି । ଏହାକୁ ଲକ୍ଷ୍ୟ କରି ଆଜି କୋଭିଡ୍ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ପଜିଟିଭିଟି ରେଟ ହ୍ରାସ ପାଉଥିବାରୁ କିଛିଟା ଆଶ୍ୱସ୍ତି ମିଳିଛି । କିନ୍ତୁ କିଛି ଜିଲ୍ଲାରେ ପଜିଟିଭିଟି ହାର ଅଧିକ ରହିଛି । ଏଥିାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ରଜ ଏବଂ ସାବିତ୍ରୀ ଭଳି ପର୍ବପର୍ବାଣୀ ଆସୁଥିବାରୁ ଅଧିକ ସତର୍କତା ପାଇଁ ପରାମର୍ଶ ଦେଇଛନ୍ତି । ଆମେ ଏଯାଏ ଦ୍ୱିତୀୟ ଲହରରୁ ମୁକ୍ତ ହୋଇନେ । ତେଣୁ ଆଗକୁ ସଜାଗ ନହେଲେ ପରିସ୍ଥିତି ବିଗିଡି ଯାଇପାରେ । ଏଥିପାଇଁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯେଉଁ ଜିଲ୍ଲାରେ ପଜିଟିଭିଟି ରେଟ୍ କମିଛି ସେଠାରେ ଅନ୍ଲକ୍ ପ୍ରକ୍ରିୟା ନେଇ ସରକାର ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.