ଛୋଟ ପିଲାଙ୍କୁ ରେମଡେସିଭର ଓ ଷ୍ଟିରଏଡ୍ ମନା

0 69

ନୂଆଦିଲ୍ଲୀ, ୧୦ ।୬: କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏହା ପୂର୍ବରୁ ସମସ୍ତ ସରକାର ଛୋଟ ଛୁଆଙ୍କ ଚିକିତ୍ସା ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଡିରେକ୍ଟୋରେଟ ଜେନେରାଲ ଅପ୍ ହେଲଥ ସର୍ଭିସ ଦ୍ୱାରା ଜାରି କରାଯାଇଥିବା ଏହି ଗାଇଡଲାଇନରେ କୁହାଯାଇଛି ଲକ୍ଷଣହୀନ ଓ କମ୍ ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡ୍ ବ୍ୟବହାର କରାଯିବା ଅନୁଚିତ । ଏହାଛଡ଼ା ନିଜେ କୌଣସି ଔଷଧ ଦିଅନ୍ତୁ ନାହିଁ । ଦେଖି ଚାହିଁ ଉପଯୁକ୍ତ ବିଚାର କରି ଏଚ୍ଆର୍ସିଟି ଇମେଜିଂ କରାଯିବା ଉଚିତ । ଶିଶୁଙ୍କ କ୍ଷେତ୍ରରେ ରେମଡେସିଭିର ବ୍ୟବହାରକୁ ପୁରା ମନା କରାଯାଇଛି । କାରଣ ଏହାର ବ୍ୟବହାର ନେଇ ସୁରକ୍ଷା ଓ ଉପଯୁକ୍ତ ଡାଟାର ଅଭାବ ରହିଛି । ରେମଡେସିଭର୍ ହେଉଛି ଏକ ଔଷଧ ଯାହା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ । ୧୮ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ରିମେଡେସିଭରର ସୁରକ୍ଷା ଏବଂ କାର୍ଯ୍ୟକାରିତା ଉପରେ କୌଣସି ତଥ୍ୟ ନାହିଁ । ଏଥିସହିତ ଏହା ମଧ୍ୟ କୁହାଯାଇଛି ଯେ କେବଳ ଗୁରୁତର ରୋଗୀଙ୍କୁ ଷ୍ଟେରଏଡ ଦିଆଯିବା ଉଚିତ । କେନ୍ଦ୍ର ସରକାର କହିଛନ୍ତି ଯେ ପିଲାମାନଙ୍କର ଶାରୀରିକ ଦକ୍ଷତା ଯାଞ୍ଚ କରିବା ପାଇଁ ସେମାନଙ୍କୁ ୬ ମିନିଟ୍ ଚାଲନ୍ତୁ ଯାହା ଦ୍ୱାରା କାର୍ଡିଓ-ପଲ୍ମନରୀ ବ୍ୟାୟାମ ହୋଇପାରିବ । ପିଲାମାନଙ୍କୁ ଅଙ୍ଗୁଳିରେ ଅକ୍ସିମିଟର ରଖି ୬ ମିନିଟ୍ ଚାଲିବାକୁ କୁହାଯିବା ଉଚିତ୍ । ଯଦି ଏହି ସମୟ ମଧ୍ୟରେ ସେମାନଙ୍କର ଅମ୍ଳଜାନ ସ୍ତର ୯୪ ପ୍ରତିଶତରୁ କମ୍ ହୋଇଯାଏ, କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଦେଖାଯାଏ, ତେବେ ସେହି ଆଧାରରେ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଉଚିତ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପିଲାମାନଙ୍କ କ୍ଷେତ୍ରରେ ସିଟି ସ୍କାନକୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ଏଥି ସହିତ ଏହା ମଧ୍ୟ କୁହାଯାଇଛି ଯେ ହାଇ ରିଜୋଲୁଏସନ ସିଟି ସ୍କାନ୍ କେବଳ ଚିକିତ୍ସକଙ୍କ ପରାମର୍ଶକ୍ରମେ ଏହାର ବ୍ୟବହାର କରାଯିବା ଉଚିତ । ତେବେ ଯେଉଁ ପିଲାଙ୍କଠାରେ ଆଜମା ରହିଛି ସେମାନଙ୍କ କ୍ଷେତ୍ରରେ ଏହି ପରୀକ୍ଷା ଉପରେ ରୋକ୍ ଲଗାଯାଇଛି । ଯଦି ଶିଶୁ କରୋନାରେ ଗୁରୁତର ହେବା ପରେ ଗୁରୁତର ହୋଇପଡିଛନ୍ତି ତେବେ ତୁରନ୍ତ ଅକ୍ସିଜେନ ଚିକିତ୍ସା ଯୋଗାଇବା ଉଚିତ ବୋଲି ସରକାର କହିଛନ୍ତି ।

Leave A Reply

Your email address will not be published.