କରୋନାରେ ସର୍ବକାଳୀନ ମୃତ୍ୟୁ ରେକର୍ଡ : ଦିନକରେ ୬ହଜାର ୧୪୮ ମୃତ

0 69

ନୂଆଦିଲ୍ଲୀ, ୧୦ ।୬: ଦେଶରେ କରୋନାର ନୂଆ ସଂକ୍ରମଣ ରିପୋର୍ଟ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ବିଗତ ୨୪ ଘଣ୍ଟାରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ତଳକୁ ଆସିଛି ହେଲେ ମୃତ୍ୟୁ ହାର ସମସ୍ତ ରେକର୍ଡ ଭାଙ୍ଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୯୪,୦୫୨ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୧୪୮କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ଭାରତରେ ମୋଟ୍ ସଂକ୍ରମିତ ସଂଖ୍ୟା ୨,୯୧,୮୩,୧୨୧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୫୯,୬୭୬ ଛୁଇଁଛି । ବିହାର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୯୭୧କୁ ବୃଦ୍ଧି ପାଇଛି । ଯାହାକି ସାରା ଦେଶର ମୃତ୍ୟୁ ହାରକୁ ବଢ଼ାଇ ଦେଇଛି । ବିଭିନ୍ନ ଜିଲ୍ଲା ଗୁଡ଼ିକରେ ରାଜ୍ୟ ସରକାରଙ୍କୁ ପଠାଯାଇଥିବା ରିପୋର୍ଟରେ ଏକ ତ୍ରୁଟି ଥିବା ସାମ୍ନାକୁ ଆସିଛି । ଏହାକୁ ନେଇ ପାଟଣା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ । ପରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ପୁରୁଣା ମୃତ୍ୟୁ ମାମଲା ଯୋଡିବା ପରେ ବିହାରରେ ମୃତକଙ୍କ ସଂଖ୍ୟା ପ୍ରାୟ ୪ ହଜାରକୁ ବୃଦ୍ଧି ପାଇଛି । ବିହାରର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତୀକ ଅମୃତ ସ୍ୱୀକାର କରିଛନ୍ତି ଯେ କରୋନା କାରଣରୁ ମୃତ୍ୟୁର ପ୍ରକୃତ ରିପୋର୍ଟ ପ୍ରକାଶ ପାଇନାହିଁ । ଯେଉଁମାନେ ରିପୋର୍ଟ ଠିକ୍ ଭାବରେ ଦର୍ଶାଇନଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୩୬୭ ଜଣଙ୍କର କରୋନାରୁ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇଲେ ଦେଶରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨,୭୬,୫୫,୪୯୩ ପହଞ୍ଚିଛି । ସେହିପରି ଦେଶରେ ଚିକିତ୍ସାଧୀନ ସଂଖ୍ୟା ମଧ୍ୟ କମି ଚାଲିଛି । ଏବେ ୧୧,୬୭,୯୫୨ ଜଣ କରୋନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.