କରୋନାକୁ ଶୀଘ୍ର ନିୟନ୍ତ୍ରଣ କର, ନଚେତ ସବୁ ବିଗିଡିଯିବ

0 64

ନ୍ୟୁୟର୍କ, ୧୦ ।୬: ଆମେରିକାରେ ଅଧିକାଂଶ ଲୋକ ଟିକା ନେବା ପରେ ବିଭିନ୍ନ କରୋନା ପ୍ରତିବନ୍ଧକ ନିୟମକୁ ସରକାର ହଟାଇ ଦେଇଛନ୍ତି । ଏହାରି ଭିତରେ ଆମେରିକାର ଦ ପେନ୍ ଆମେରିକାନ୍ ହେଲଥ ଅର୍ଗାନାଇଜେସନ ଏକ ଚେତାବନୀ ଦେଇଛି । ଆମେରିକାରେ ସଂକ୍ରମଣ ଯେଉଁ ଭଳି ଭାବରେ ବ୍ୟାପୁଛି ଏହାକୁ ନିୟନ୍ତ୍ରଣ କରିବାକୁ ବର୍ଷ ବର୍ଷ ଲାଗିବ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏହି ଆଞ୍ଚିଳିକ ଅଫିସ ଏପରି ଚେତାବନୀ ଦେଇଛି । ପାହୋର ନିର୍ଦ୍ଦେଶକ କାରିସା ଏଟିଏତ୍ତେ ସାପ୍ତାହିକ ପ୍ରେସ ମିଟିଂରେ କହିଛନ୍ତି ଗତ ସପ୍ତାହରେ ୧.୨ ମିଲିଅନ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୩୪ ହଜାର ଜଣଙ୍କର ମୃତ୍ୟୁ ଘଟିଛି । କେବଳ ଆମେରିକା ନୁହେଁ ମେକ୍ସିକୋ, ବ୍ରାଜିଲ ଏବଂ ପେରରେ ମଧ୍ୟ କରୋନା ଜନିତ ମୃତ୍ୟୁହାର ସର୍ବାଧିକ ରହିଛି । କାରିସା ଏଟିଏତ୍ତେ କହିଛନ୍ତି ଯଦି ଏହି ଭଳି ଭାବରେ ଚାଲିବ ତାହେଲେ ସ୍ୱାସ୍ଥ୍ୟ, ସାମାଜିକ ଏବଂ ଆର୍ଥିକ ସ୍ଥିତି ବେହାଲ ହୋଇଯିବ । ଫଳରେ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ଆଗାମୀ ଦିନରେ କାଠିକର ହୋଇପଡ଼ିବ । ବିଭିନ୍ନ ରିପୋର୍ଟ ଅନୁଯାୟୀ ଏବେ ବି ଆମେରିକାରେ କରୋନା ମୃତ୍ୟୁ ହାର ସର୍ବାଧିକ ରହିଛି । ଦ୍ୱିତୀୟରେ ବ୍ରାଜିଲ ଏବଂ ତୃତୀୟରେ ଭାରତ ରହିଛି । ତେବେ ଆମେରିକାରେ ପୂର୍ବରୁ ଯେଉଁଭଳି କରୋନାରେ ମୃତ୍ୟୁ ଘଟୁଥିଲା ସେଥିରେ ଏକ ପ୍ରକାର ରୋକ୍ ଲାଗିଛି । ଏହାର କାରଣ ଦ୍ରୁତଗତିରେ ଟିକାକରଣ । ଆମେରିକା, କାନାଡା ଏବଂ ସ୍ପେନ ଭଳି ଦେଳରେ ଟିକାକରଣ ଏକ ପ୍ରକାର ଅଧାରୁ ଅଧିକ ହୋଇସାରିଛି । ଏବେ ଅନ୍ୟ ଦେଶ ମାନଙ୍କୁ ଟିକା ଦାନ କରିବା ସହିତ ଫଣ୍ଡିଂ କରୁଛନ୍ତି ଏହି ଦେଶମାନେ । ଆଗାମୀ ଦିନରେ ଅନ୍ୟ ଦେଶମାନେ ଏହାକୁ ଅନୁସରଣ କରିବା ଦରକାର ବୋଲି ପୋହା କହିଛି । ତେବେ ଆଗକୁ କରୋନାର ନୂଆ ଲହର ଆସିବ । ଏହି ସମୟରେ ବ୍ୟାପକ କ୍ଷତି ଘଟିପାରେ । ମୁଖ୍ୟତଃ ମଧ୍ୟମ ଏବଂ ଛୋଟ ଛୁଆ ଏହି ଲହରର ଶିକାର ହୋଇପାରନ୍ତି । ତେଣୁ ସମ୍ଭାବ୍ୟ ଲହରକୁ ଦେଖି ଏବେ ଭିଡ ଜାଗାରେ ଏକାଠି ହେବା ଠିକ୍ ନୁହେଁ ବୋଲି ପାହୋ କହିଛି ।

Leave A Reply

Your email address will not be published.