ଲକ୍ଷ ଲକ୍ଷ ପିଲାଙ୍କୁ ଶ୍ରମିକ ସଜାଇଲା କରୋନା

0 68

ନ୍ୟୁୟର୍କ: ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱରେ ପ୍ରଥମ ଥର ପାଇଁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କରୋନା ଭାଇରସ୍ ସଙ୍କଟ ଆହୁରି ଲକ୍ଷ ଲକ୍ଷ ପିଲାଙ୍କୁ ଶ୍ରମିକ ସଜାଇ ଦେବ ବୋଲି ଗୁରୁବାର ଦିନ ଜାତିସଂଘ କହିଛି । ମିଳିତ ରିପୋର୍ଟରେ “ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ’ ଏବଂ ଜାତିସଂଘର ଶିଶୁ ଏଜେନ୍ସି ୟୁନିସେଫ୍ କହିଛନ୍ତି ଯେ, ୪ ବର୍ଷ ମଧ୍ୟରେ ୮.୪ ନିୟୁତ ବୃଦ୍ଧି ପାଇ ୨୦୨୦ ପ୍ରାରମ୍ଭ ବେଳକୁ ଶିଶୁ ଶ୍ରମିକ ୧୬୦ ନିୟୁତରେ ପହଞ୍ଚିଥିଲା । ୨୦୦୦ରୁ ୨୦୧୬ ମଧ୍ୟରେ ୯୪ ନିୟୁତ ହ୍ରାସ ପାଇଥିବା ଶିଶୁ ଶ୍ରମିକ ସଂଖ୍ୟା କୋଭିଡ୍-୧୯ ମହାମାରୀ ପୂର୍ବରୁ ହିଁ ଏତେ ସଂଖ୍ୟାରେ ବଢ଼ିଯାଇଛି । କୋଭିଡ୍-୧୯ ସଂକ୍ରମଣ ବିସ୍ତାର ଘଟୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରତି ୧୦ଜଣ ପିଲାଙ୍କ ମଧ୍ୟରୁ ଜଣେ ଶିଶୁ ଶ୍ରମିକ ପାଲଟି ଯାଇଥିଲେ ।

ଉପ ସାଗରୀୟ ଆଫ୍ରିକାରେ ସର୍ବାଧିକ ଶିଶୁ ଶ୍ରମିକ ବୃଦ୍ଧି ପାଇଥିବା ରିପୋର୍ଟ ହୋଇଛି । ସତର୍କ କରାଇ ଜାତିସଂଘ କହିଛି ଯେ, ସମ୍ପ୍ରତି ଦାରିଦ୍ର୍ୟ କବଳିତ ହୋଇ·ଲୁଥିବା ବହୁସଂଖ୍ୟକ ପରିବାରଙ୍କୁ ସାହାଯ୍ୟ କରିବା ଲାଗି ଜରୁରି ବନ୍ଦୋବସ୍ତ କରାନଗଲେ ଆଗାମୀ ଦୁଇବର୍ଷ ମଧ୍ୟରେ ପ୍ରାୟ ୫୦ ନିୟୁତ ପିଲା ଶ୍ରମିକ ହେବାକୁ ବାଧ୍ୟ ହେବେ । ୟୁନିସେଫ୍ର ମୁଖ୍ୟ ହେନ୍ରିଟା ଫୋର୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଶିଶୁ ଶ୍ରମିକ ବ୍ୟବସ୍ଥା ଅବସାନ ନିମିତ୍ତ ସଂଗ୍ରାମରେ ଆମେ ପଛଘୁଞ୍ଚା ଦେଉଥିବା ବେଳେ ଏହି ମନ୍ଦ ପରିସ୍ଥିତିକୁ କୋଭିଡ୍-୧୯ ସଙ୍କଟ ରସାତଳକୁ ନେଇ ଯାଉଛି । ଦ୍ୱିତୀୟ ବର୍ଷର ବୈଶ୍ୱିକ ଲକ୍ଡାଉନ୍,ସ୍କୁଲ୍ ବନ୍ଦ, ଆର୍ଥିକ ବ୍ୟାଘାତ ଏବଂ ଜାତୀୟ ବଜେଟ୍ ସଙ୍କୋଚନ ଯୋଗୁଁ ପରିବାର ସବୁ ଏଭଳି ହୃଦୟ ବିଦାରକ ବିକଳ୍ପ ବ୍ୟବସ୍ଥା ଚୟନ କରିବାକୁ ବାଧ୍ୟ ହେଉଛନ୍ତି ।

Leave A Reply

Your email address will not be published.