ଆମପାଣି ଘାଟି ନିକଟରେ ଓଲଟିଲା ଧାନ ବୋଝେଇ ଟ୍ରକ

0 131

ଚନ୍ଦାହାଣ୍ଡି (ଡିକେ ନ୍ୟୁଜ) : ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟି ନିକଟସ୍ଥ ଟାଙ୍ଗରାପାକନା ଗ୍ରାମ ନିକଟସ୍ଥ ବୁଲାଣି ପାଖରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତ୍ରରେ ଏକ ଦଶ ଚକିଆ ଧାନ ବୋଝେଇ ଟ୍ରକ ବୋରିଗୁମ୍ମାରୁ ବଲାଙ୍ଗୀର ଯାଉଥିବା ସମୟରେ ମୈଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟି ନିକଟ ଟାଙ୍ଗରାପାକନା ଗ୍ରାମ ବୁଲାଣି ନିକଟରେ ଭରସାମ୍ୟ ହରାଇ ଟ୍ରକ ଟି ମଝି ରାସ୍ତାରେ ଓଲଟି ପଡିଲା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଏଥିରେ ବସିଥିବା ଦୁଇ ଜଣକ ମଧ୍ୟରୁ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆଜି ସକାଳୁ ମୈଦଲପୁର ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ଅନାମୁ ଦିଆନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.