ଗଜପତିରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି

0 58

୧୧ଗୋରୁ ଉଦ୍ଧାର ଜଣେ ଗିରଫ

ପାରଳାଖେମୁଣ୍ଡି, ୧୧ା୬ : ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଆଇନ ଗରୁ ଚାଲାଣ ବୃଦ୍ଧିପାଇଛି । ଗତକାଲି କାଶୀନଗର ସହର ଦେଇ ଗୋଚାଲାଣ ଚାଲିଥିବା ସୂଚନା ପାଇ ସ୍ଥାନୀୟ ପୋଲିସ୍ ଗତକାଲି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏନେଇ କେସ୍ ନମ୍ବର ୫୭/୨୧ ପ୍ରିଭେନ୍ସନ୍ ଅଫ୍ କ୍ରୁଏଲିଟି ଟୁ ଆନିମାଲ୍ସ ଆକ୍ଟ ଓ ଓଡିଶା ପ୍ରିଭେନ୍ସନ୍ ଅଫ୍ କାଓ ସ୍କାଟେର ଆକ୍ଟ ବଳୟରେ ଅଭିଯୁକ୍ତ ବାତ୍ତିଲୀ ଜୀବରତ୍ନମଙ୍କ ନାମରେ କେସ୍ ହୋଇଥିବା କାଶୀନଗର ଥାନା ଆଇଆଇସି ସୁଶାନ୍ତ ସାହୁଙ୍କ ସୂତ୍ରରୁ ପ୍ରକାଶ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅଭିଯୁକ୍ତ ବ୍ୟକ୍ତି ଜଣକ ଏକ ପିକଅପ୍ ଭ୍ୟାନ୍ ନଂ ଏପି୦୩-ୱାଇ ୫୧୮୩ ଯୋଗେ ୫ଟି ବଳଦକୁ କତ୍ତାଗୁଡାରୁ ଆନ୍ଧ୍ରର ଶ୍ରୀକାକୁଲମ୍ ନେଉଥିଲେ । ଖବର ପାଇ ପୋଲିସ୍ ତାଙ୍କର ପିଛା କରିଥିଲା ଓ ଧରିଥିଲା । ଅଭିଯୁକ୍ତ ଜଣକ ଆନ୍ଧ୍ରର ହୀରାମଣ୍ଡଳମ୍ ଅନ୍ତର୍ଗତ କଣ୍ଡାରଗୋଲୁ ଗ୍ରାମର ବୋଲି ଆଇଆଇସି କହିଛନ୍ତି । ସେହିପରି ଗଜପତି ଜିଲ୍ଲା ଆର୍.ଉଦୟଗିରି, ନୂଆଗଡ ଓ ମୋହନା ଅଞ୍ଚଳରୁ ପ୍ରତ୍ୟେକ ମାସରେ ଶହ ଶହ ଗାଇଗୋରୁ ମାନଙ୍କୁ ଅମାନୁଷିକ ଭାବେ ନିର୍ଯ୍ୟାତନା ଦେଇ ଗାଡି ଡାଲାରେ ଭର୍ତ୍ତି କରି ବାହାର ରାଜ୍ୟର କଂସେଇଖାନାକୁ ଅବାଧରେ ଚାଲାଣ ହେଉଛି । ଏହି ସମସ୍ତ ବ୍ଲକରେ ଏହା ନିତିଦିନିଆ ଘଟଣା । ସବୁ ଜାଣି ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ସେହିପରି ଗତକାଲି ଆର୍.ଉଦୟଗିରି ଗ୍ରାମର କିଛି ବ୍ୟକ୍ତି ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଚାନ୍ଦିପୁଟ ଅଞ୍ଚଲରୁ ଏକ ବୋଲେରୋ ପିକଅପ ଭ୍ୟାନ୍ ନଂ. ଓଡି୦୨ବି ଏନ୍ ୯୭୫୯ ପାରଳାଖେମୁଣ୍ଡି ପଟେ ଯାଉଥିଲା । ଉକ୍ତ ଗାଡିରେ ୬ଟି ଗୋରୁ ବଝୋଇ ହୋଇଯିବା ସମୟରେ ଗ୍ରାମବାସୀ ଗାଡିକୁ ଦେଖି ଅଟକାଇ ପୁଲିସକୁ ଖବର ଦେଇଥିଲେ ପୁଲିସ ଘଟଣା ସ୍ଥଳରେ ପହଞ୍ôଚବା ସମୟରେ ଗାଡିରେ ବସିଥିବା ଗୋରୁ ମାଫିଆମାନେ ସେଠାରୁ ଚମ୍ପଟ ମାରିଥିଲେ । ପୁଲିସ ଘଟଣା ସ୍ଥଳରୁ ୬ଟି ଗୋରୁ ଓ ଗାଡିକୁ ଜବତ କରି ଆର୍.ଉଦୟିଗିରି ଥାନାରେ କେସନଂ ୬୩ରେ ମାମଲା ରୁଜ କରି ଗାଇଗୁଡିକୁ ସେହି ଅଞ୍ଚଳର ଜୀବନ୍ୟାସି ସୁନ୍ଦରରାୟ ପାତ୍ରଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.