ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିବାହିତା ମହିଳା ଉପରେ ଆକ୍ରମଣ

0 63

ଚନ୍ଦାହାଣ୍ଡି, (ଡିକେ ନ୍ୟୁଜ) : ଗୋଟିଏ ବେସାହାରା ପରିବାର ଉପରେ ବାରମ୍ବାର ଆକ୍ରମଣ ହେଉଥିବାରୁ ଉକ୍ତ ପରିବାର ସବୁବେଳେ ଭୟଭୀତ ଅବସ୍ଥାରେ ଦୁର୍ବିସହ ଜୀବନ କାଟୁଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଗୁମୁରାବେଡ଼ା ଗ୍ରାମର ଆବ୍ରାହମ ନାୟକଙ୍କ ଘରର ଛପର ସେହି ଗ୍ରାମର ତିଳୋତ୍ତମା ନାୟକ ଲୋକ ଲଗାଇ ସମ୍ପ ଉଜାଡ଼ି ଦେଇଛନ୍ତି । ଯଦ୍ୱାରା ବେସାହାରା ହୋଇପଡ଼ିଛନ୍ତି । ଆବ୍ରାହମଙ୍କ ଛୋଟ ପରିବାର ଏ ନେଇ ଆବ୍ରାହମଙ୍କ ପତ୍ନୀ ରୁଯାଏ ନାୟକ ଆଜି ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି ଡାବୁଗାଁ ଥାନା ଘୁମୁରାବେଡ଼ା ଗ୍ରାମର ଆବ୍ରାହମ ନାୟକଙ୍କ ପତ୍ନୀ ରୁପାଏ ତିନି ପୁଅ ଓ ଶାଶୁ ସହ ଦୀର୍ଘ ବର୍ଷ ହେଲା ଏକ ଘରେ ରହି ଆସୁଛନ୍ତି । ତେବେ ସେ ରହିବା ଘରର ଜାଗା ନିଜର ବୋଲି ଘୁମୁରାବେଡ଼ା ଗ୍ରାମର ତିଳୋତ୍ତମ ନାୟକ ଦାବି କରି ବାରମ୍ବାର ଆବ୍ରାହମଙ୍କ ପରିବାରକୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରୁଛନ୍ତି । ଏପଟେ ଆବାହମ ପ୍ରାୟ ୬ ମାସ ହେବ ହାଇଦ୍ରାବାଦକୁଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ପତ୍ନୀ ରୁପାଏ ନାୟକ ତିନି ପୁଅ ଓ ଶାଶୁ ସହ ରହୁଛନ୍ତି । ଆଜି ସକାଳ ୧୦ଟା ସମୟରେ ତିଳୋତ୍ତମା ନାୟକ ଅଚାନକ ଆସି ରୁପାଏଙ୍କୁ ଅଗ୍ରାହ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଘରୁ ବାହାରିଯିବାକୁ ଧମକ ଦେଇଥିଲେ । ତେବେ ରୁପାଏ ପିଲାଛୁଆଙ୍କୁ ଧରି କୁଆଡ଼େ ଯିବି ବୋଲି କହିଥିଲେ । ଏଥିରେ ତିଳୋତ୍ତମା ରାଗି ଯାଇ ମୁଦିଗୁଡ଼ା ଗ୍ରାମର ବନମାଳି ଗୌଡ଼ ଓ ପତି ଗୌଡ଼କୁ ଆଣି ଚାଳ ଘରର ଛପର ସମ୍ପୂର୍ଣ୍ଣ ଉଜାଡ଼ି ଦେଇଥିଲା । ଏଥିସହ ତୁରନ୍ତ ସ୍ଥାନ ଛାଡ଼ି ଚାଲିଯିବାକୁ ଧମକ ଦେଇ ତିଳୋତ୍ତମା ସେଠାରୁ ଚାଲି ଯାଇଥିଲା । ବର୍ତ୍ତମାନ ଲଘୁଚାପଯୋଗୁଁ ବର୍ଷା ଜାରି ରହିଥିବା ବେଳେ ଘରଟି । ସମ୍ପୂର୍ଣ୍ଣ ମୁକୁଳା ହୋଇପଡ଼ିଥିବାରୁ ଘରର ସମସ୍ତ ଆସବାବପତ୍ର ନଷ୍ଟ ହେବାର ସମ୍ଭାବନା ରହିଛି । । ଏପଟେ ରୁପାଏକୁ ରହିବାକୁ ଆଶ୍ରା ନଥିବାରୁ ପର । ବାରଣ୍ଡାରେ ଅସହାୟ ହୋଇ ମୁଣ୍ଡ ଗୁଞ୍ଜିଛନ୍ତି । ସୂଚନା ଥାଉକି , ଗତବର୍ଷ ଜୁନ୍ ୨୪ /୬ତାରିଖରେ ଘୁମୁରାବେଡ଼ା ଗ୍ରାମର ତିଳୋତ୍ତମା ଓ ନାୟକ ସେହି ଗ୍ରାମର ୫ ଜଣଙ୍କୁ ସାଥୀ କରି ଆବ୍ରାହମଙ୍କ ପତ୍ନୀ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ସ୍ବାମୀଙ୍କ , ଉପସ୍ଥିତିରେ ରୁପାଏକୁ ମାରିବା ସହ ଘରର ଆସବାବପତ୍ର ସବୁ ଫୋପାଡ଼ି ଘରୁ ସମସ୍ତଙ୍କୁ ତଡ଼ି ଦେଇଥିଲେ , ଏ ନେଇ ରୁପାଏ ତାବୁଗାଁ ଥାନାରେ ; ତିନୋଉମା ସହ ଘୁମୁରାବେଡ଼ା ଗ୍ରାମର ) ଅନ୍ୟ ୫ ଜଣଙ୍କ ନାମରେ ଏତଲା । ଦେବା ପରେ ପୁଲିସ ପକ୍ଷରୁ ମାମଲା : ରୁଜୁ କରାଯାଇଥିଲା । ତେବେ ପୁନର୍ବାର ଗୋଟିଏ ବର୍ଷ ପରେ ତିଳୋତ୍ତମା ଆବ୍ରାହମଙ୍କ ଘରର ଚାଳ ଛପର । ସଂପୂର୍ଣ୍ଣ ଉଜାଡ଼ି ଦେଇଛି । ବାରମ୍ବାର ଏହି ପରିବାର ଉପରେ ଆକ୍ରମଣ । ହେଉଥିବାରୁ ଆଜି ନ୍ୟାୟ ଅପେକ୍ଷାରେ ଡାବୁଗାଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ରୁପାଏ ନାୟକ । ତେବେ ଏହି ପରିବାରକୁ କିପରି ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା

Leave A Reply

Your email address will not be published.