ନୂଆ ଜାଗୁଆର ଏଫ୍-ପେସ୍ର ଭାରତୀୟ ବଜାରରେ ପ୍ରବେଶ

0 53

ଭୁବନେଶ୍ୱର : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତରେ ଜାଗୁଆର ନୂଆ ଏଫ୍-ପେସ୍ ମଡେଲ ପ୍ରଥମ ଥର ପାଇଁ ଆର୍-ଡାଇନାମିକ୍ ଏସ୍-ଷ୍ଟ୍ରିମ୍ରେ ୨.୦ ଲିଟର ଫୋର୍ ସିଲିଣ୍ଡର୍ ଟ୍ରୁବୋଚାର୍ଜଡ୍ ଇିନିୟମ୍ ପେଟ୍ରୋଲ ତଥା ଡିଜେଲ ପାୱାରଟ୍ରେନ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ୨.୦ ଲିଟର ପେଟ୍ରୋଲ ଇିନ୍ ୧୮୪ କିଲୋୱାଟ୍ ପାୱାର ଏବଂ ୩୬୫ ଏନ୍ଏମ୍ ଟର୍କରେ ଉପଲବ୍ଧ ସେହିପରି ଏହାର ୨.୦ ଲିଟର ଡିଜେଲ ଇିନ୍ ୧୫୦ କିଲୋୱାଟ୍ ପାୱାର ଏବଂ ୪୩୦ ଏନ୍ଏମ୍ ଟର୍କରେ ଉପଲବ୍ଧ । ଏହାର ଏକ୍ସ ଶୋ ରୁମ୍ ମୂଲ୍ୟ ୬୯.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ ବିକଶିତ କନେକ୍ଟଭିଟି, ନୂତନ ଆଭ୍ୟନ୍ତରୀଣ ଡିଜାଇନିଂ ରହିଛି । ଏଥିରେ ସୁପର ସ୍ଲିମ୍ ଅଲ୍-ଏଲଇଡି ହେଡ୍ ଲାଇଟ୍, ଗ୍ରିଲ୍, ରିୟର ଲାଉଟ୍ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ଅଲ୍ ନିୟୁ ଆଭ୍ୟନ୍ତରୀଣ ମାର୍ସ ରେଡ୍ ଏବଂ ସିଏନା ଟାନ୍ କଲର ରହିଛି । ଗ୍ରାହକ ଜାଗୁଆର୍ ଏଫ୍-ପେନ୍ର ବୁକିଂ ଅନଲାଇନ୍ରେ ଘରେ ବସି ସୁରକ୍ଷିତ ଭାବେ ୱେବସାଇଟ୍ ମାଧ୍ୟମରେ କରିପାରିବେ । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ, ଜାଗୁଆର ଲ୍ୟାଣ୍ଡ ରୋଭରର ନୂଆ ଏଫ୍-ପେସ୍ର ବଜାର ପ୍ରବେଶ ନେଇ ଆମେ ବେଶ୍ ଆନନ୍ଦିତ । ଏହାର ପେଟ୍ରୋଲ ଏବଂ ଡିଜେଲ୍ ଭ୍ୟାରିଆଣ୍ଟର ବଜାର ପ୍ରବେଶ କରାଯାଇଛି । ଏଥିରେ ବହୁବିଧ ବିଳାସପୂର୍ଣ୍ଣ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ସୁପରିଅର କନେକ୍ଟିଭିଟିକୁ ସାମିଲ କରାଯାଇଛି । ଏହା ବିଳାସପୂର୍ଣ୍ଣ ଏସ୍ୟୁଭି ଭାବେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ । ଏହାର ବାହ୍ୟ ଡିଜାଇନିଂରେ ନୂଆ ସ୍କଲପ୍ଟେଡ୍ ବନେଟ୍, ୱାଇହର ବୁଲ୍ଗେ, ଡବଲ୍ ଜେ ଡେ ଟାଇମ୍ ରନିଂ ଲାଇଟ୍ ଆଦି ରହିଛି । ସେହିପରି ଆଭ୍ୟନ୍ତରୀଣ ଡିଜାଇନିଂରେ ସ୍ପୋର୍ଟି ଏବଂ ଲକ୍ସରି ବୈଶିଷ୍ଟ୍ୟ ରହିଛି । ନୂଆ କକ୍ପିଟ୍ ଡିଜାଇନିଂ ଇନଷ୍ଟ୍ରୁମେଣ୍ଟ୍ ପ୍ୟାନେଲ୍, ୱେରଲେସ୍ ଡିଭାଇସ୍ ଚାର୍ଜିଂ ସୁବିଧା, ଅପର ଡୋର ଇସାର୍ଟ, ଫୁଲ୍ ୱାଇଡଥ୍ ପିଆନୋ ଲିଡ୍, ନୂଆ ଡୋର ସିଜିଂ, ୩୬୦ ଡିଗ୍ରୀ ଗ୍ରାବ୍ ହ୍ୟାଣ୍ଡେଲ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସହିତ ରୋ-୨ ସିଟ୍ ସହିତ ପାୱାର ରିକ୍ଲିନ୍, ଫୋର୍ ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ, ଇଣ୍ଟ୍ରାକ୍ଟିଭ୍ ଡ୍ରାଇଭର୍ ଡିସପ୍ଲେ, ଫିକ୍ସଡ୍ ପାନାରୋମିକ୍ ରୁଫ୍ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ଲାଟେଷ୍ଟ୍ ପିଭି ପ୍ରୋ ଇଫୋଟେନମେଣ୍ଟ ଜ୍ଞାନକୌଶଳ ରହିଛି । ଏହା ଉପରେ ଅଲ୍ ନିୟୁ ୨୮.୯୫ ସେମି କର୍ଭଡ୍ ଗ୍ଲାସ୍ ଏଚ୍ଡି ଟଚ୍ ସ୍କ୍ରିନ୍ ରହିଛି । ଏହା ସହିତ କ୍ୟାବିନ୍ ଏୟାର ଆୟୋନାଇଜେଶନ ନାନୋ ଟେକ୍ନୋଲୋଜି ବୈଶିଷ୍ଟ୍ୟ ରହିଛି । ଏହା ସହିତ ଥ୍ରୀ-ଡି ସରାଉଣ୍ଡ କ୍ୟାମେରା, ମେରିଡିଆନ୍ ଅଡ଼ିଓ ସିଷ୍ଟମ୍, ସ୍ମାର୍ଟଫୋନ୍ ପ୍ୟାକ୍, ରିମୋଟ୍ ଆଦି ସୁବିଧା ରହିଛି । ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୬.୬୪ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍ର ମୂଲ୍ୟ ୫୫.୬୭ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଆଇ-ପେସ୍ର ମୂଲ୍ୟ ୧୦୫.୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏହାର ଏଫ୍-ଟାଇପ୍ର ମୂଲ୍ୟ ୯୭.୯୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ୨୪ଟି ରାଜ୍ୟର ୨୮ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଛି । ସେସବୁ ଆଉଟଲେଟ୍ ଗୁଡ଼ିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବାଙ୍ଗାଲୁରୁରେ ୩ଟି, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇରେ ୨ଟି, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷେ୍ନø, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇରେ ୨ଟି, ନୋଏଡା, ପୁଣେ, ରାୟପୁର, ବିଜୟୱାଡା, ସୁରଟ ଆଦି ସହରରେ ରହିଛି ।

Leave A Reply

Your email address will not be published.