କ୍ୟାନନ୍ ଇଣ୍ଡିଆ ପକ୍ଷରୁ ଫଟୋ ପ୍ରିଟଂର ଶୃଙ୍ଖଳାକୁ ସମ୍ପ୍ରସାରଣ

0 65

ଭୁବନେଶ୍ୱର : ଟେକ୍ନୋଲୋଜି ଓ ଉଦ୍ଭାବନ କ୍ଷେତ୍ରରେ ନିଜର ବିରାସତ ପ୍ରତି ବାସ୍ତବ ରହି ଇନ୍ପୁଟ୍ରୁ ଆଉଟ୍ପୁଟ୍ ପର୍ଯ୍ୟ” ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା କ୍ୟାନନ୍ ଇଣ୍ଡିଆ ନୂଆ ପିକ୍ସମା ଜି୫୭୦, ପିକ୍ସମା ଜି୬୭୦, ଇମେଜ ପ୍ରୋଗ୍ରାଫ୍ ପ୍ରୋ-୩୦୦ ଓ ପିକ୍ସମା ପ୍ରୋ-୨୦୦ର ଲଞ୍ଚ ସହିତ ଏହାର ଫଟୋ ପ୍ରିଟଂର ଶୃଙ୍ଖଳାକୁ ସମ୍ପ୍ରସାରିତ କରିଛି ଏବଂ ଫଟୋ ପ୍ରିଟିଂଙ୍ଗ୍ ପରମ୍ପରାକୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ କମ୍ପାନୀ ପକ୍ଷରୁ ନୂଆ ପିକ୍ସମା ଜି୬୭୦, ପିକ୍ସମା ଜି୫୭୦, ଇମେଜ୍ ପ୍ରୋଗ୍ରାଫ୍ ପ୍ରୋ-୩୦୦ ଓ ପିକ୍ସମା ପ୍ରୋ-୨୦୦ର ଶୁଭାରମ୍ଭ କରାଯାଇଛି । ଏହି ଦୁଇଟି ନୂତନ ପିକ୍ସମା ଜି ସିରିଜ୍ ୬-କଲର୍ ଇଙ୍କ୍ ଟ୍ୟାଙ୍କ ପ୍ରିଣ୍ଟର୍ଗୁଡିକୁ ଫଟୋ ଷ୍ଟୁଡିଓ, ବ୍ୟବସାୟ, ଘର ଓ ସୃଜନଶୀଳ କାର୍ଯ୍ୟ ପାଇଁ ଉଚ୍ଚ ଗୁଣମାନର, ଉନ୍ନତ ଫଟୋ ଦୀର୍ଘାୟୁତା ଓ ସ୍ୱଳ୍ପ ମୂଲ୍ୟର ପ୍ରିଟିଂଙ୍ଗ ଶକ୍ତିକୁ ଅନ୍ଲକ୍ କରିବା ପାଇଁ ନିର୍ମାଣ କରାଯାଇଛି । ପେସାଦାର ଫଟୋଗ୍ରାଫର, ଫଟୋ ବିଦ୍ୟାଳୟ ଓ ଅତ୍ୟାଧୁନିକ ସୌଖିନ ବ୍ୟକ୍ତିମାନଙ୍କୁ ପେପର୍ ମିଡିଆର ଏକ ବିବିଧ ଶୃଙ୍ଖଳା ଉପରେ ଆକର୍ଷଣୀୟ ଫଟୋଗୁଡିକୁ ପ୍ରିଂଟ୍ କରିବାର କ୍ଷମତା ପ୍ରଦାନ କରି , ଇମେଜ୍ ପ୍ରୋଗ୍ରାଫ୍ ପ୍ରୋ-୩୦୦ ଓ ପିକ୍ସମା ପ୍ରୋ-୨୦୦ରେ ଏ୩+ ସାଇଜ୍ ପର୍ଯ୍ୟ” ପେସାଦାର ଫଟୋ ଓ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତ ପ୍ରିଂଟ୍ ସୃଷ୍ଟି କରିବା ପାଇଁ କ୍ୟାନନ୍ର ଅତ୍ୟାଧୁନିକ ପିଟିଂଙ୍ଗ୍ ଟେକ୍ନୋଲୋଜିଗୁଡିକୁ ବ୍ୟବହାର କରାଯାଇଛି । ଏହି ନୂତନ ପ୍ରିଟଂର୍ ଗୁଡିକର ଲଂଚ୍ ସମ୍ପର୍କରେ କ୍ୟାନନ୍ ଇଣ୍ଡିଆର ଅଧ୍ୟକ୍ଷ ଓ ସିଇଓ ମାନାବୁ ୟାମାଜାକି କହିଛ”ି, ପ୍ରାୟ ସମସ୍ତେ ଦୂରଦୂରା”ରେ କାର୍ଯ୍ୟ କରୁଥିବା ବେଳେ ଦେଶରେ ମହାମାରୀର ପ୍ରଭାବ ବଢିବାରେ ଲାଗିଛି, ଏପରି ସ୍ଥିତିରେ କ୍ୟାନନ୍ ଇଣ୍ଡିଆ ସେମାନଙ୍କ କାର୍ଯ୍ୟ ଅଭିଜ୍ଞତାକୁ ଉନ୍ନତ କରୁଥିବା ସମାଧାନ ଆଣିବା ପାଇଁ ପ୍ରତିବଦ୍ଧ ରହିଛି । ଏକ ସମ୍ପୂର୍ଣ୍ଣ ୩୬୦ ଡିଗ୍ରୀ ଇନ୍ପୁଟ୍-ଟୁ-ଆଉଟ୍ପୁଟ୍ ସଲ୍ୟୁସନ୍ସ ପ୍ରଦାତା ଭାବେ ଆମେ ବାସ୍ତବ ଜୀବନର ପରିସ୍ଥିତିଗୁଡିକୁ କ୍ୟାପ୍ଚର କରିବା ପାଇଁ ଡିଜାଇନ୍ ହୋଇଥିବା ଆମର ଇମେଜିଙ୍ଗ ଟେକ୍ନୋଲୋଜି ଏବଂ ରଙ୍ଗୀନ, ବିସ୍ତୃତ ସ୍ମୃତିଗୁଡିକୁ ଏକ ସୁନ୍ଦର ଫ୍ରେମ୍ ଯୋଗ୍ୟ ଫଟୋରେ ପରିଣତ କରୁଥିବା ପ୍ରିଂଟିଙ୍ଗ୍ ଟେକ୍ନୋଲୋଜି ପାଇଁ ଗର୍ବ ଅନୁଭବ କରୁ । ଆମେ ଆଶା କରୁଛୁ ଯେ, ଏହି ୪ଟି ନୂତନ ପ୍ରିଂଟର୍ ସେମାନଙ୍କ ପ୍ରିଂଟିଙ୍ଗ୍ ଆବଶ୍ୟକତା ପାଇଁ ସବୁଠାରୁ ଅଭିନବ, ମୂଲ୍ୟ ସାପେକ୍ଷ ଓ ଉତ୍ପାଦକ ସମାଧାନ ସହିତ ଗ୍ରାହକଙ୍କ ପାଇଁ ଏକ ସମୃଦ୍ଧ ଅଭିଜ୍ଞତା ସୃଷ୍ଟି କରିବ । ନୂତନ ଉତ୍ପାଦ ସମ୍ପର୍କରେ ମତ ରଖି, କ୍ୟୁମର ସିଷ୍ଟମ ପ୍ରଡକ୍ଟସ୍ ଆଣ୍ଡ ଇମେଜିଙ୍ଗ କମ୍ୟୁନିକେଶନ ପ୍ରଡକ୍ଟସ୍ର ନିର୍ଦ୍ଦେଶକ ସି ସୁକୁମାରନ୍ କହିଛ”ି, ଏକ ପ୍ରତିଷ୍ଠିତ ଇମେଜିଙ୍ଗ କମ୍ପାନୀ ଭାବେ କ୍ୟାନନ୍ରେ ଆମେ ଆମର ଉତ୍ପାଦ ଓ ସମାଧାନଗୁଡିକ ମାଧ୍ୟମରେ ଉପଭୋକ୍ତାଙ୍କ ମଧ୍ୟରେ ଫଟୋ ପ୍ରିଟିଂଙ୍ଗ୍ ସଂସ୍କୃତିକୁ ବିସ୍ତାର କରିବାରେ ବିଶ୍ୱାସ ରଖୁ । ଆମେ ଆମର ଉପଭୋକ୍ତାମାନଙ୍କୁ ସେମାନଙ୍କର ପ୍ରିୟ ସ୍ମୃତିକୁ ପ୍ରିଟଂ୍ କରିବାରେ ସାହାଯ୍ୟ କରିବା ପାଇଁ ଆଶା ରଖିଛୁ । ପିକ୍ସମା ଜି୬୭୦ ଓ ପିକ୍ସମା ଜି୫୭୦: ଅନ୍ୟ ସମସ୍ତ ଜି ସିରିଜ୍ ପ୍ରିଣ୍ଟର୍ଗୁଡିକ ଭଳି, ନୂଆ ମଡେଲ୍ଗୁଡିକ ଅଧିକ ଫଳାଫଳ ପ୍ରଦାନ କରି ଖୁବ୍ କମ୍ ମୂଲ୍ୟରେ ପ୍ରିଂଟ୍ କରିଥା”ି । ପ୍ରିଂଟର୍ ସହିତ ସାମିଲ ଥିବା ଫୁଲ୍ ସେଟ୍ର ଇଙ୍କ୍ ବା କାଳି ପ୍ରିଟିଂଙ୍ଗ୍ର ଖର୍ଚ୍ଚକୁ ନେଇ ଚି”ା ବିନା ଚି”ା-ମୁକ୍ତ ପ୍ରିଟିଂଙ୍ଗ୍ ସୁନିଶ୍ଚିତ କରି ଏକାକି ୪ଙ୍ଘ୬ ଇଂଚ୍ର ହାରାହାରି ୩୮୦୦ ସିଟ୍ ପ୍ରଦାନ କରିପାରିବ । ପାରମ୍ପରିକ ଡିଜାଇନ୍ ଭଳି ଜି୫୭୦ ଓ ଜି୬୭୦ ରକ୍ଷଣାବେକ୍ଷଣ ପାଇଁ କେବଳ ହାଲୁକା ନୁହେଁ ବରଂ ହାଇ ପ୍ରିଟଂ୍ ଭଲ୍ୟୁମ୍ ଚାହିଦାକୁ ପୂରଣ କରିବା ପାଇଁ ଭଲ ଭାବେ ନିର୍ମିତ ହୋଇଛି । ଏଥିରେ ରିପ୍ଲେସେବୁଲ ଉପାଦାନ ସହିତ ଏକ ମଡ୍ୟୁଲାର ଢାଞ୍ଚା ରହିଛି, ଯାହାକୁ ଦୀର୍ଘ ସମୟର ବ୍ୟବହାର ପରେ ଉପଭୋକ୍ତାମାନେ ସହଜରେ ରିପ୍ଲେସ୍ କରିପାରିବେ । ନୂଆ ଜି ସିରିଜ୍ରେ ୬ଟି ରଙ୍ଗର ଅଲ୍ ଡାଏ ଇଙ୍କ୍ ଟ୍ୟାଙ୍କ୍ ସିଷ୍ଟମ ରହିଛି । ଜି୬୭୦ ପ୍ରିଟିଂଙ୍ଗ୍ର ଶୀର୍ଷରେ ସ୍କାନ୍ ଓ କପି ଫଙ୍କ୍ସନକୁ ସାମିଲ କରିଛି, ଯାହା ଏହାକୁ ଜି୫୭୦ଠାରୁ ଭିନ୍ନ କରୁଛି, ଯାହାକି କେବଳ ପ୍ରିଟିଂଙ୍ଗ୍ ସୁବିଧା ପ୍ରଦାନ କରୁଛି ।

Leave A Reply

Your email address will not be published.