ଓଲଟିଲା ଗହମ ବୋଝେଇ ଟ୍ରକ୍

75

କୋରେଇ : ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତର ବଡତ୍ରିଲୋଚନପୁର (ମକୁନ୍ଦବିନ୍ଧା) ଗ୍ରାମ ନିକଟରେ ଏକ ଗହମ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ସୌଭାଗ୍ୟବଶତଃ ଚାଳକ ଓ ଖଲାସୀ  ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଛି । 

ପ୍ରକାଶଯେ, ଶନିବାର ସକାଳେ ଏକ ଗହମ ବୋଝେଇ ଟ୍ରକ୍ ନଂ ( ଡବ୍ଲ୍ୟୁବି ୩୩ସି ୩୮୧୦) ପାଣିକୋଇଲି ପଟୁ କଟକ ଅଭିମୁଖେ ଯାଉଥିବା ବେଳେ ବଡତ୍ରିଲୋଚନପୁର ଗ୍ରାମ ନିକଟରେ ରାଜପଥରୁ ତଳକୁ ଓଲଟି ପଡିଥିଲା । ଚାଳକ ଓ ଖଲାସୀ ସାମାନ୍ୟ ଆହତ ହୋଇ ଗାଡି ମଧ୍ୟରୁ ବାହାରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଟ୍ରକ୍ ଜବତ କରିବା ସହ ତଦନ୍ତ ଜାରି ରଖିଛି । 

Comments are closed.