ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୋଗ : ଆକ୍ରମଣରେ ଦୁଇ ଆହତ

69

ଗଞ୍ଜାମ : ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୧ଟା ସମୟରେ ଏଭଳି ଏକ ହିଂସାକାଣ୍ଡ ଘଟିଯାଇଛି ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଉତରାମୁଖୀରେ । ମୃତ ଯୁବକଙ୍କ ନାମ ଚନ୍ଦନ ପ୍ରଧାନ (୨୧) । 

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚନ୍ଦନ ଓ ତାଙ୍କର ଦୁଇସାଙ୍ଗ ଓ ଅଭିଯୁକ୍ତ ଶିବରାମ ସେଠି ବସି ଏକାଠି କଥା ହେଉଥିବା ବେଳେ ହଠାତ୍ କୌଣସି କଥାକୁ ନେଇ ଚନ୍ଦନ ଓ ଶିବରାମଙ୍କ ବଚସା ହୋଇଥିଲା । ଏହି ସମୟରେ ଶିବରାମ ଉତକ୍ଷିପ୍ତ ହୋଇ ଏକ ଛୁରୀ ସାହାଯ୍ୟରେ ଚନ୍ଦନକୁ ଆକ୍ରମଣ କରିଥିଲେ । ଛୁରୀଟି ଚନ୍ଦନଙ୍କ ଛାତିରେ ପଶି ଯାଇଥିଲା । ଏହା ଦେଖି ଚନ୍ଦନଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତ ଶିବରାମ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଚନ୍ଦନଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଘଟଣାରେ ଆହତ ଦୁଇ ଯୁବକଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଛି ପୋଲିସ । ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । 

Comments are closed.