ଉତ୍ତରାଖଣ୍ଡରେ ଜଳପ୍ରଳୟ: ବୁଡ଼ିଲା ତଳିଆ ଅଞ୍ଚଳ

87

ଡେହରାଡୁନ୍ : ରାଜ୍ୟର ସମସ୍ତ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀଗୁଡିକ ଜଳସ୍ତର ବଢିବାରେ ଲାଗିଛି ଏବଂ ଜଳସ୍ତର ବଢିବା କାରଣରୁ ଶ୍ରୀନଗର ଏବଂ ପୌଡୀ ଗଡୱାଲର ଅନେକ ତଳିଆ ଅଞ୍ଚଳ ପାଣିରେ ବୁଡ଼ି ଯାଇଛି । ଅଳକାନନ୍ଦା ନଦୀର ଜଳସ୍ତର ଦ୍ରୁତ ଗତିରେ ବଢୁଥିବାରୁ ଅନେକ ସ୍ଥାନରେ ବନ୍ଧ ଉପରୁ ନଦୀ ପାଣି ବିଭିନ୍ନ ଅଞ୍ଚଳରେ ପଶିବା ଆରମ୍ଭ କଲାଣି । ଅନେକ ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ଭଳି ପରିସ୍ଥିତି ଉପୁଜିଲାଣି । ଅଳକାନନ୍ଦାର ଅନେକ ତଳିଆ ଅଞ୍ଚଳକୁ ଜଳମଗ୍ନ କରିଥିବା ବେଳେ ଋଷିକେଶରେ ଗଙ୍ଗାନଦୀର ଜଳସ୍ତର ବିଦ ସଙ୍କେତ ଟପିଲାଣି । ସ୍ଥାନୀୟ ପ୍ରଶାସନ ଏବଂ ବିର୍ଯ୍ୟୟ ପରିଚାଳନା ବିଭାଗ ସେଠାରେ ସତର୍କ ସୂଚନା ଜାରି କରିଛନ୍ତି ।

ସୂଚନା ଅନୁସାରେ, ଅଳକାନନ୍ଦା ନଦୀ ଜଳସ୍ତର ବୃଦ୍ଧି କାରଣରୁ ତଳିଆ ଅଞ୍ଚଳଗୁଡିକ ପ୍ରଭାବିତ ହୋଇଛି ଏବଂ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏହାପୂର୍ବରୁ ଆଅଳନନ୍ଦାର ଜଳ ସ୍ତର ସମ୍ପର୍କରେ ଷ୍ଟେଟ କଣ୍ଟ୍ରୋଲ ରୁମ ଦ୍ୱାରା ସତର୍କ ସୂଚନା ଜାରି କରାଯାଇଥିଲା । ଋଷିକେଶ ସହ ପିଥୋରଗଡ,ଆଲମୋଡ଼ା, ପୌଡି ଗଢୱାଲ ଏବଂ ଚାମୋଲିରେ ନଦୀଗୁଡ଼ିକର ଭୟଙ୍କର ରୂପ ଦେଖିବାକୁ ମିଳିଛି । ବିଭିନ୍ନ ନଦୀଗୁଡ଼ିକର ଚିତ୍ର ମାଧ୍ୟମରେ ପିଥୋରାଗଡ ଏବଂ ଋଷିକେଶରେ ଥିବା ନଦୀର ପରିସ୍ଥିତି ବିଷୟରେ ସ୍ପଷ୍ଟ ବାରି ହୋଇପଡ଼ୁଛି । ରାଜ୍ୟର ପାହାଡ଼ିଆ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହେବାର ମଧ୍ୟ ଖବର ଆସିଛି । ଯାତ୍ରୀ ଏବଂ ଲୋକଙ୍କୁ ମଧ୍ୟ ବହୁତ ସତର୍କ ରହିବାକୁ ଆବେଦନ କରାଯାଉଛି ।

Comments are closed.