ଅନୁକୂଳ ପରିବେଶ ତାଲିକା : ଭୁବନେଶ୍ୱର ୪ର୍ଥରେ

0 78

-ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର । ଏହି ତାଲିକର ଚତୁର୍ଥ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର । ପ୍ରଥମ ସ୍ଥାନରେ ବେଙ୍ଗାଲୁରୁ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାୟର୍ନମେଣ୍ଟ –ସିଏସଇ ପକ୍ଷରୁ କରାଯାଇଥିବା ସର୍ଭେରେ ମୁମ୍ବାଇ ପଞ୍ଚମ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧିନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି ।

ସେପଟେ ଜାତୀୟ ସ୍ତରରେ ଭୁନଶ୍ୱରର ପରିବେଶ ସଭିଙ୍କୁ ଆକୃଷ୍ଟ କରୁଥିବାବେଳେ ଏହା ସବୁଠାରୁ ଅନୂକୁଳ ସ୍ଥାନ ପାଲଟିଛି । ସେପଟେ ରାଜଧାନୀ ଭୁବନେଶ୍ୱର ସିଏସଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ଭୁବନେଶ୍ୱର ଅନୁକୂଳ ପରିବେଶ ଭାବରେ ଚତୁର୍ଥ ସ୍ଥାନରେ ରହିଛି । ସେପଟେ ଭୁବନେଶ୍ୱର ପଛରେ ରହିଛି ଦିଲ୍ଲୀ । ଏହି ତାଲିକାରେ ବେଙ୍ଗାଲୁରୁ ସର୍ବାଧିକ ୬୬.୭ ପଏଣ୍ଟ ପାଇଥିବା ବେଳେ ଚେନ୍ନାଇ ୬୨.୬୧, ସିମ୍ଳା ୬୦.୯ ଏବଂ ଭୁବନେଶ୍ୱରକୁ ୫୯.୮୫ ପଏଣ୍ଟ ମିଳିଛି ।

Leave A Reply

Your email address will not be published.