ଓଡ଼ିଆ ପୁଅଙ୍କୁ ଅକ୍ଷୟଙ୍କ ଧନ୍ୟବାଦ

80

ଭୁବନେଶ୍ୱର : ଗତ ମେ’ ୬ ତାରିଖରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓଡ଼ିଶା-ମୋ ପରିବାର ଆବାହକ ଅରୁପ
ପଟ୍ଟନାୟକଙ୍କୁ ଟେଲିଫୋନ୍ କରି ଜଣାଇଲେ ଯେ ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଂଗୀତା ଭୂୟାଁ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ୪-୫ ଘଣ୍ଟା ବିତିଯାଇଥିଲେ ହେଁ ସେଠାରୁ ତାଙ୍କର କୌଣସି ଖବର ଆସିନଥିଲା ଏବଂ ସେଥିପାଇଁ ଅକ୍ଷୟ କୁମାର ବ୍ୟସ୍ତ ହୋଇ ବିଭିନ୍ନ ପଦସ୍ଥ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ଏହାପରେ ଓଡ଼ିଶା-ମୋ ପରିବାର ଆବାହକ, ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ସୁବାଷ ମହାରଣାଙ୍କ ସହିତ ଯୋଗାଯୋଗ କରି ଏହି ବିଷୟରେ ଅବଗତ କରାଇଥିଲେ ।

ଶ୍ରୀ ମହାରଣା ତୁରନ୍ତ ବ୍ରହ୍ମପୁର ମେଡିକାଲକୁ ଯାଇ ଶ୍ରୀମତୀ ଭୂୟାଁଙ୍କୁ ଠାବ କରି ଯଥା ସମ୍ଭବ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଇ ଦେଇଥିଲେ । ପରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସଂପାଦନା ହୋଇଥିଲା ବୋଲି ଅକ୍ଷୟ କୁମାରଙ୍କୁ ଏହା ବିଷୟରେ ଜଣାଇ ଦିଆଯାଇଥିଲା । ସୁବାଷ ମହାରଣାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ସଠିକ୍ ଏବଂ ତ୍ୱରିତ ପଦକ୍ଷେପରେ ପ୍ରଭାବିତ ହୋଇ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଭାବ ପ୍ରବଣତା କୃତଜ୍ଞତା ପତ୍ର ପଠାଇଛନ୍ତି ।

Comments are closed.