ଲାଞ୍ଜିଗଡ଼ ସ୍ଥିତ ଡିଏ ଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

76

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ଅନ୍ତର୍ଗତ ଡ଼ି ଏ ଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ବେଚ୍ଛାସେବୀ ଯୋଗପ୍ରଶିକ୍ଷକ ଶ୍ରୀ ହେମନ୍ତ ସାହୁ ଓ ଶ୍ରୀମତୀ ମମତାଞ୍ଜଳି ହୋତା ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାନନ୍ଦ ହୋତା ନିଜ ସ୍ୱାଗତ ଅଭିଭାଷଣରେ  ଛାତ୍ରଛାତ୍ରୀମାନଙ୍କୁ ଯୋଗାଭ୍ୟାସ ଉପରେ ଗୁରୁତ୍ୱାରୋପ କରି ସୁସ୍ଥ ଓ ନିରୋଗ ରହିବାକୁ ସୁପରାମର୍ଶ ଦେଇଥିଲେ ।

ସଭାରେ ଉପସ୍ଥିତ ଥିବା ମୁଖ୍ୟଅତିଥି ଶ୍ରୀଯୁକ୍ତ ହେମନ୍ତ ସାହୁ ମହୋଦୟ ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରି ମନରେ ଏକାଗ୍ରତା ଆଣିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ । ଉକ୍ତ ଯୋଗ ଶିବିରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ମଣ୍ଡିତ କରିଥିଲେ । ଏ ଉପଲକ୍ଷେ ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ  ଅନଲାଇନ ମାଧ୍ୟମରେ ଯୋଗ ଓ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ତା’ ସହିତ ଅଭିଭାବକ ମାନଂକ ପାଇଁ ମଧ୍ୟ ଯୋଗ ଶିବିରର ଆୟୋଜନ କରାଯାଇଥିଲା ।

Comments are closed.