‘କରୋନା ବେଳେ ଯୋଗ ଆଶାର କିରଣ’

72

-ବହୁଭାଷାରେ ଉପଲବ୍ଧ ହେବ ଏମ୍.ଯୋଗ ଆପ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶ ତଥା ସାରା ବିଶ୍ୱରେ କରୋନା ମହାମାରୀର କାୟା ବର୍ତ୍ତମାନ ମଧ୍ୟ ଜାରି ରହିଛି । ମହାମାରୀର ୨ୟ ତରଙ୍ଗରେ ଲକ୍ଷାଧିକ ଲୋକେ ପ୍ରାଣ ହରାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭୟଙ୍କର କରୋନା ମହାମାରୀ ଆରମ୍ଭ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସାଧନ ନଥିଲା । ମାନସିକସ୍ତରରେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ନଥିଲୁ । ଏଭଳି ସମୟରେ ଯୋଗ ଆମକୁ ମାନସିକ ଭାବେ ସଶକ୍ତ କରିବା ସହିତ ଏହି ମହାମାରୀ ସହ ଲଢିବାକୁ ଶକ୍ତି ଦେଇଛି । ଯୋଗ ଅନ୍ୟ ଦେଶର ସଂସ୍କୃତି ଓ ପରମ୍ପରା ସହ ଜଡିତ ନଥିଲେ ମଧ୍ୟ ଏଭଳି ଆହ୍ୱାନପୂର୍ଣ୍ଣ ପରିସ୍ଥିତରେ ସେମାନେ ମଧ୍ୟ ଏହାକୁ ଆପଣାଇଥିଲେ । ଯୋଗ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଡାକ୍ତରୀ ବିଜ୍ଞାନ ମଧ୍ୟ ଉପ·ର ସହିତ ହିଲିଂ ପ୍ରୋସେସ ଉପରେ ଗୁରୁତ୍ୱ ଦେଉଛନ୍ତି । ଯୋଗ ଏହି ହିଲିଂ ପ୍ରୋସେସ୍ ଦିଗରେ ଅଧିକ ଫଳପ୍ରଦ ।

ଏହା ଉପରେ ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମ. ଯୋଗ ଆପ୍ର ଶୁଭାରମ୍ଭ କରିଛନ୍ତି । ଏହି ଆପ୍କୁ ଆୟୁଷ ମନ୍ତ୍ରଣାଳୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ରେ ଯୋଗାଭ୍ୟାସର ତାଲିମ ଭିଡିଓ ଲୋକଙ୍କ ପାଖରେ ପହଞ୍ଚି ପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ମିଶି ଭାରତ ଗୋଟିଏ ବଡ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକଙ୍କ ନିକଟରେ ଯୋଗର ଭିଡିଓ ପହଞ୍ଚାଇବା ପାଇଁ ଏମ୍.ଯୋଗ ଆପ୍ର ଆରମ୍ଭ କରାଯାଉଛି । ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଆମର ୱାନ ୱାଲ୍ଡ ୱାନ୍ ହେଲଥ୍ ଲକ୍ଷ୍ୟକୁ ପୂରଣ କରିବ । ଏହି ଆପରେ ଦୈନିକ ୧୨ରୁ ୬୫ ବର୍ଷ ବୟସର ଲୋକମାନେ ଭିଡିଓ ଦେଖି ଯୋଗଭ୍ୟାସ କରିପାରିବେ । ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଓ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହି ଆପ୍କୁ ପ୍ରସ୍ତୁତ କରାଯାଇଛି । ଲୋକଙ୍କୁ ସହଜ ଉପାୟରେ ଯୋଗର ଉପକାରିତା ସମ୍ପର୍କରେ ଶିକ୍ଷା ଦେବାପାଇଁ ଏଥିରେ ବ୍ୟବସ୍ଥା ହୋଇଛି ।

Comments are closed.