ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଟିକା

70

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କ ଲାଗି ଆରମ୍ଭ ହୋଇପାରେ ଟିକାକରଣ । ଏନେଇ ଦିଲ୍ଲୀ ଏମସ୍ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି । କୋଭିଡ-୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ । ଏହାସହ ସେହି ମାସରେ ଏହାକୁ ମଞ୍ଜୁରି ମିଳିବ । ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଟିକାକରଣ ପ୍ରକ୍ରିୟା ସମ୍ଭାବନା ରହିଛି । ଯଦି ଦେଶରେ ଫାଇଜର ବାୟୋଏନଟେକ୍ ର ଭ୍ୟାକ୍ସିନ୍କୁ ସବୁଜ ସଂକେତ ମିଳେ । ତେବେ ଶିଶୁମାନଙ୍କ ଲାଗି ଏହା ଏକ ବିକଳ୍ପ ହେବ । ଦିଲ୍ଲୀ ଏମସ୍ ପକ୍ଷରୁ ଶିଶୁଙ୍କ କ୍ଷେତ୍ରରେ ଏହାର ସ୍କ୍ରିନିଂ କରାଯାଉଛି । ୨ରୁ ୧୭ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଏହାର ଟ୍ରାଏଲ ଚାଲିଛି । ଗତ ମେ ୧୨ ତାରିଖରେ ଶିଶୁଙ୍କ କ୍ଷେତ୍ରରେ କୋଭାକ୍ସିନର ଫେଜ ୨ ଟ୍ରାଏଲ କରିବା ଲାଗି ଡିସିଜିଆଇ ଭାରତ ବାୟୋଟେକକୁ ଅନୁମତି ଦେଇଛି ।

Comments are closed.