ଦିଲ୍ଲୀ-ଦିଲ୍ ର ଦୂରତା କମାଇବାକୁ ଆହ୍ୱାନ : ସୀମା ନିର୍ଦ୍ଧାରଣ ପରେ ଜମ୍ମୁ-କାଶ୍ମୀରରେ ନିର୍ବାଚନ

76

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସାଢେ ତିନି ଘଣ୍ଟାର ବୈଠକ । ଏହି ବୈଠକରେ ଜାମ୍ମୁକାଶ୍ମୀର ସୀମା ପୁନଃ ନିର୍ଦ୍ଧାରଣ ସହ ରାଜ୍ୟ ମାନତା ଓ ୩୭୦ ଧାରାର ପୁନଃ ସ୍ଥାପନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନିବାସ ୭ ଲୋକ କଲ୍ୟାଣ ମାର୍ଗରେ ଅନୁଷ୍ଠିତ ଏହି ବଡ଼ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲୀ, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଓ ମେହବୁବା ମୁଫତିଙ୍କ ସମେତ ୧୪ ଜଣ ନେତା ଯୋଗ ଦେଇଥିଲେ । ମାରାଥନ ମିଟିଂ, ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ଘଟିଛି ଅନ୍ତ । ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୂରତା । ଗୁରୁବାର ୭ ଲୋକ କଲ୍ୟାଣ ମାର୍ଗରେ ବସିଥିବା ବୈଠକରେ କାଶ୍ମୀର ପ୍ରସଙ୍ଗକୁ ନେଇ ହୋଇଛି ବଡ଼ ବୈଠକ ।

ଜମ୍ମୁ କାଶ୍ମୀରର ସମସ୍ତ ନେତାଙ୍କ ମତାମତ ନେଇ କାଶ୍ମୀର ବିକାଶର ନୂଆ ନକ୍ସା କାଢିଛନ୍ତି କେନ୍ଦ୍ର ସରକାର । ସନ୍ଧ୍ୟା ସାତ ଘଟିକାରେ ବୈଠକ ଶେଷ ହୋଇଥିବା ବେଳେ ନିଜର ମତପ୍ରକାଶ କରିଛନ୍ତି ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା । କାଶ୍ମୀର ନେତାଙ୍କ ମଧ୍ୟରେ ଥିବା ରାଜଧାନୀ ଦିଲ୍ଲୀ ଏବଂ ଦିଲ୍ ର ଦୂରତା କମାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ସେପଟେ ବୈଠକରେ ଯୋଗଦେଇଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ମତପ୍ରକାଶ କରିଛନ୍ତି ।

କାଶ୍ମୀରର ବିକାଶ ପାଇଁ ବୈଠକରେ ଆଲୋଚନା କରାଯାଇଛି । ସମସ୍ତେ ଏଥିପାଇଁ ପ୍ରତିବଦ୍ଧ ମଧ୍ୟ । ତେଣୁ ଆଜିର ବୈଠକରେ ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ଗୁଲାମ ନବୀ ଆଜାଦ । ଗତ ୨୦୧୮ ମସିହାରୁ ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି । ବୈଠକରେ ୮ଟି ରାଜନୈତିକ ଦଳର ୧୪ ଜଣ ନେତା ସାମିଲ ହୋଇଥିଲେ । ବୈଠକରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ଲାଗି ଗୁପକାର ସଂଗଠନ ଦାବି କରିଥିବା ସୂଚନା ମିଳିଛି । ସେପଟେ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଣୁ କୋଭିଡ୍ କଟକଣା ଭିତରେ କିଭଳି ନିର୍ବାଚନ ହୋଇପାରିବ ସେ ନେଇ ବୈଠକରେ ଆଲୋଚନା କରାଯାଇଛି ।

Comments are closed.