ଟିକାକରଣ ଅଭିଯାନ ସନ୍ତୋଷଜନକ

77

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କରୋନା ନିରୋଧୀ ଟିକାକରଣ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏହି ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଚାଲିଥିବା ବେଳେ ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ନୀତି ଆୟୋଗର ସଦସ୍ୟ ଡାକ୍ତର ବି.କେ ପଲ ବି ସାମିଲ ହୋଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନର ରିପୋର୍ଟ କାର୍ଡକୁ ସମୀକ୍ଷା କରୁଛନ୍ତି । ଦେଶର କିଛି ରାଜ୍ୟରେ ଏବେ କରୋନାର ସବୁଠାରୁ ଘାତକ ଭାରିଆଣ୍ଟ କୁହାଯାଉଥିବା ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସତର୍କ କରିଛନ୍ତି । ଏହାସହ ସରକାର ଚେଷ୍ଟା କରୁଛନ୍ତି କି କିଭଳି ଭାବେ ଶୀଘ୍ର ଦେଶର ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିବ । ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତିଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଜୁନ ୨୧ ତାରିଖରୁ କ୍ୟାମ୍ପେନ ମୋଡରେ ଟିକାକରଣ ଅଭିଯାନ ଚାଲିଛି ।

ଜୁନ ୨୫ ତାରିଖ ସୁଦ୍ଧା ଦେଶରେ ୩.୯୮ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା କଥା ଆଇସିଏମଆର ସୂଚନା ଦେଇଥିବା ବେଳେ କେନ୍ଦ୍ର ସରକାର ଜୁନ ମାସରେ ୨୦ କୋଟି ଓ ଜୁଲାଇ ମାସରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ଏବେ ଦିଆଯାଉଥିବା ଟିକା ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଉଥିବା ବେଳେ ୧୮ ବର୍ଷରୁ କମ ବୟସର ଲୋକଙ୍କୁ ଟିକା ଦେବା ନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହାକୁ ନେଇ କୋଭାଭାକ୍ସ କମ୍ପାନୀ ତରଫରୁ ଛୋଟ ପିଲାଙ୍କ ଉପରେ ଟିକା ପରୀକ୍ଷଣ ଚଳାଇଛି । ସେପଟେ ସମସ୍ତ କୋଭିଡ ଟିକା ୨ଟି ଡୋଜ ହୋଇଥିବା ବେଳେ ଜୁଲାଇରେ ଜନସନ୍ ଆଣ୍ଡ ଜନସନ୍ର ସିଙ୍ଗିଲ ଡୋଜ ଟିକାକୁ ଜୁଲାଇରେ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରି ମିଳିପାରେ ବୋଲି ଆଶା କରାଯାଉଛ ।

ଟିକାକରଣ ଅଭିଯାନର ସମୀକ୍ଷା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ୬ ଦିନରେ ୩ କୋଟି ୭୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଏପରିକି ମାଲେସିଆ, ସାଉଦିଆରବ ଓ କାନାଡାର ଲୋକସଂଖ୍ୟାଠାରୁ ଆମର ଅଧିକ ଟିକାକରଣ ହୋଇଛି । ୪୫ ବର୍ଷରୁ ଊଦ୍ଧ୍ୱର୍ ବର୍ଗର ଲୋକଙ୍କୁ ୧୨୮ ଜିଲ୍ଲାରେ ୫୦ ପ୍ରତିଶତ ଟିକା ଦିଆଯାଇଥିବା ବେଳେ ୧୬ ଜିଲ୍ଲାରେ ୯୦ ପ୍ରତିଶତ ଟିକା ଦିଆଯାଇଛି । ଟିକାକରଣ ଅଭିଯାନ ସନ୍ତୋଷଜନକ ଏବଂ ଏହି ପ୍ରକ୍ରିୟା ଜାରି ରଖିବାକୁ ପଡ଼ିବ ।

Comments are closed.