ଡଙ୍ଗର ଜାତ ଫସଲ ସପୁରୀକୁ ନେଇ ଚିନ୍ତାରେ ନିୟମଗିରି ଡଙ୍ଗରିଆ କନ୍ଦ

0 76

ରାୟଗଡା : ଭାଗ୍ୟର ବିଡମ୍ବନା। ନିୟମଗିରି ପାହାଡିଆ ଇଲାକାରେ ସରକାରଙ୍କ ଯୋଜନା ଅପହଞ୍ଚ।ନିୟମଗିରି ପାହାଡକୁ ଚଢ଼ିବାକୁ ସାହସ ଜୁଟାଇ ପାରୁନି ସରକାରଙ୍କ ଯୋଜନା। ତଥାପି ଯୋଜନା ପାଖକୁ ନିୟମଗିରି ଡଙ୍ଗରିଆ କନ୍ଧ ପାହାଡ଼ ଓଲ୍ହାଇ ଆସିବାକୁ ଚେଷ୍ଠା କଲେବି  ଦାଉ ସାଜିଛି କରନା।ସେମାନେ ସର୍ବଦା ଅବହେଳିତ, ନିଷ୍ପେସିତ। ଆମେ କହୁଚୁ ରାୟଗଡ ଜିଲ୍ଲା ବିସମକଟକ ବ୍ଲକ ନିୟମଗିରି ଡ଼ଙ୍ଗରିଆଙ୍କ କରୁଣ କାହାଣୀ। ଲକଡାଉନ ପ୍ରଭାବରେ ନିୟମଗିରି ଡଙ୍ଗରିଆ କନ୍ଧଙ୍କ ଡଙ୍ଗର ଜାତ ସପୁରୀ ଫସଲ ବିକ୍ରିବଟାକୁ ନେଇ ଚିନ୍ତା ବଢାଇଛି କରନା କଟକଣା। ହେଲେ ପ୍ରଶାସନର ସହଯୋଗର ହାତକୁ ଅନାଇ ବସିଛନ୍ତି ନିୟମଗିରି ଡଙ୍ଗରିଆ।ରାୟଗଡ଼ ଜିଲ୍ଲା ବିସମକଟକ ବ୍ଲକ ନିୟମଗିରି ଡ଼ଙ୍ଗରିଆଙ୍କ ଜଙ୍ଗଲଜାତ ସପୁରୀକୁ ନେଇ ଉପସ୍ଥାପନ।ଏ ହେଉଛି ରାୟଗଡ ଜିଲ୍ଲା ନିୟମଗିରି ଅଂଚଳ। ଏହା ରାୟଗଡା ଜିଲ୍ଲାକୁ  ପ୍ରକୃତିର ଉପହାର କହିଲେ କିଛି ଭୁଲ ହେବନି। ଏଠାରେ ବସ ବାସ କରନ୍ତି ଆଦିମ ଜନଜାତି ଡ଼ଙ୍ଗରିଆ ସମ୍ପ୍ରଦାୟ ଆଦିବାସୀ। ଡ଼ଙ୍ଗରିଆଙ୍କ ଜୀବନ ଜୀବିକା କହିଲେ ନିୟମଗିରି ପର୍ବତରେ ଅମଳ ହେଉଥିବା ଜଙ୍ଗଲ ଜାତ ଫଳ ମୂଳ। ପ୍ରକୃତିରୁ ଉତ୍ପାଦନ କରି ଜୀବନ ଜୀବିକା ମେଣ୍ଟାନ୍ତି ଏମାନେ। ପାଗ ଅନୁଯାୟୀ କେତେବେଳେ ହଳଦୀ ତ କେତେବେଳେ ପଣସ ଆଉ କେତେବେଳେ ଆମ୍ବ ତ ପୁଣି ଆଉ କେତେ ବେଳେ ସପୁରୀ। ଏମିତି ଏମାନେ ମାନ୍ଧାତା କାଳରୁ ପ୍ରକୃତି ସହ ତାଳଦେଇ ଚାଲିଥାନ୍ତି। ଏଠାକାର ସପୁରୀ ଜାତୀୟ ସ୍ତରରେ ବେଶ ଚାହିଦା ରହିଛି। ଯାହାକି ପୋଡ଼ସି ଆନ୍ଧ୍ରପ୍ରଦେଶ,ଛତିଶଗଡ଼,ମଧ୍ୟପ୍ରଦେଶ,ଦିଲ୍ଲୀ ,ନାଗପୁର ଭଳି ଅନେକ ସ୍ଥାନକୁ ବେପାରିମାନେ ନେଇ ବ୍ୟବସାୟ କରିଥାନ୍ତି। ବର୍ତମାନ ସ୍ଥିତିରେ ସପୁରୀ ଚାଷ ବି ବେଶ ଭଲ ହୋଇଛି। ହେଲେ ଭାଗ୍ୟର ବିଡମ୍ବନା ଏମାନଙ୍କ ଜୀବନ ଜୀବିକାରେ ଦାଉ ସାଜିଛି କରନା କଟକଣା। ମାଟିରେ ମାଟି ହୋଇ ଅମଳ କରିଥିବା ସପୁରୀକୁ ନେଇ ଦୁର୍ଗମ ପାହାଡ଼ରୁ ଆସନ୍ତି ସ୍ଥାନୀୟ ବଜାରକୁ। ହେଲେ  ବିକ୍ରିବଟାରେ ଦାଉ ସାଜିଛି କରନା। ଅପହଞ୍ଚ ପାହାଡ଼ରୁ ଅମଳ ହୋଇଥିବା ସପୁରୀକୁ ନେଇ ପାହାଡ଼ ତଳକୁ ଆସୁଛନ୍ତି ସତ କିନ୍ତୁ ନା ଗ୍ରାହକ ନା ବେପାରୀ କାହାର ଦେଖା ନାହିଁ। ହତାଶ ହୋଇ ବାଧ୍ୟ ହୋଇ କମଦରରେ ଦେବାକୁ ବାଧ୍ୟ ହେବା ସହ ଏଭଳି ସ୍ଥିତି ଉପୁଜୁ ଥିବାରୁ ଅମଳ ନ କରି ଛାଡି ଦେଉଥିବାରୁ  ଜଙ୍ଗଲରେ ହିଁ ପଚି ଯାଉଥିବା ପ୍ରକାଶ କରିଛନ୍ତି ଡଙ୍ଗରିଆ । ଅନ୍ୟ ପଟେ ବେପାରୀ ମାନେ ବର୍ଷ ଆରମ୍ଭରୁ ଏଡଭାନ୍ସ ଆକାରରେ ଟଙ୍କା ଦେଇ ଜାନ ବାହାନ ଚାଲୁ ନଥିବାରୁ କ୍ଷତି ସହୁଥିବା ପ୍ରକାଶ କରିଛନ୍ତି ବେପାରୀ। ଏଭଳି ସ୍ଥିତିରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜାତୀୟ ସ୍ତର ବଜାରକୁ ପଠାଇବାରେ ସହଯୋଗର ହାତ ବଢାଇବାକୁ ନିବେଦନ କରିଛନ୍ତି ସ୍ଥାନୀୟ ବ୍ୟବସାୟୀ। ଅପର ପକ୍ଷେ କମଦରରେ ବିକ୍ରି ହେଉଥିବା ଅଭିଯୋଗକୁ ସେ ଠିକ ନଥିବା ଦର୍ଶାଇଛନ୍ତି। ଆମ ଜିଲ୍ଲାର ସପୁରୀ ଓରମାସ ସହଯୋଗରେ ବାହାର ରାଜ୍ୟକୁ ଯାଉଛି। ଡଙ୍ଗରିଆ ମାନଙ୍କୁ ସବୁ ପ୍ରକାର ସହଯୋଗ ଦିଆ ଯାଉଥିବା ପ୍ରକାଶ କରିଛନ୍ତି l

Leave A Reply

Your email address will not be published.