ଆଞ୍ଚଳିକ ଉନ୍ନୟନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ : ୫୬ ଇକୋନୋମିକ୍ ଇନ୍ଭେଷ୍ଟିଗେଟରଙ୍କୁ ନିଯୁକ୍ତି

73

ଭୁବନେଶ୍ୱର : ଯୋଜନା ଓ ସଂଯୋଜନ ବିଭାଗରେ ବରିଷ୍ଠ ଇକୋନୋମିକ୍ ଇନ୍ଭେଷ୍ଟିଗେଟରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । କାର୍ଯ୍ୟରେ ଯୋଗଦେଲେ ୫୬ ବରିଷ୍ଠ ବିତ୍ତୀୟ ଅନୁସନ୍ଧାନକାରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସମତୁଲ ଆଞ୍ଚଳିକ ବିକାଶରେ ଗୋଷ୍ଠୀର ଯୋଗଦାନକୁ ଗୁରୁତ୍ୱ ଦେଇଆସୁଛନ୍ତି । ଆଞ୍ଚଳିକ ଯୋଜନା ସମ୍ପର୍କୀତ ତଥ୍ୟ ଅନୁସନ୍ଧାନ ସହ ଯାଞ୍ଚ କରିବେ ଏହି ବିତ୍ତୀୟ ଅନ୍ୱେଷକ । ଜିଲ୍ଲାସ୍ତରୀୟ ଯୋଜନା ପ୍ରସ୍ତୁତିରେ ମଧ୍ୟ ଏମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ସହଯୋଗ ରହିବ ।

ଏହା ନ୍ୟାୟୋଚିତ ଓ ସମତୁଲ ବିକାଶକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ବିକାଶ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦିଷ୍ଟ ଯୋଜନା କରାଗଲେ ଏହାଦ୍ୱାରା ଆଞ୍ଚଳିକ ବେଷମ୍ୟ ଦୂର ହେବ । ଦକ୍ଷତାର ସହ ରାଜ୍ୟର ବିକାଶ ପାଇଁ କାର୍ଯ୍ୟକରିବା ସହ ଫଳପ୍ରଦାନକାରୀ ଯୋଜନା ପ୍ରସ୍ତୁତ କରିବାକୁ ନୂତନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମକୁ ୫-ଟି ସଚିବ ପରିଚାଳନା କରିଥିବା ବେଳେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ସୁକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି :

ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ସୁକାନ୍ତ ପଣ୍ଡା । ସେ ନିକଟରେ ଉପନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ । ଆଗାମୀ ଏକବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

Comments are closed.