ଖୁବ୍ ଶୀଘ୍ର ଗର୍ଭବତୀଙ୍କୁ ଟିକା

80

ଭୁବନେଶ୍ୱର : ରାଜ୍ୟରେ କୋଭିଡ କଟକଣା ଆଂଶିକ କୋହଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ବି କାଟାଗୋରୀରେ ରଖାଯାଇଥିବା ଜିଲ୍ଲାଗୁଡ଼ିକରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ବେଳେ ସେଠି କ୍ରମାଗତ ଭାବେ ଲକ୍ଡାଉନ୍କୁ ବୃଦ୍ଧି କରାଯାଇଛି । ତଥାପି ଭଲ ଖବର ହେଉଛି ପୂର୍ବ ବି କାଟାଗୋରୀରେ ଥିବା ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲା ଏ କାଟାଗୋରୀକୁ ଯାଇଛି । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି । ସମସ୍ତେ କଟକଣା ମାନିଲେ ସଂକ୍ରମଣ କମିବ । ଆଶା କରାଯାଉଛି ଜୁଲାଇ ମାସରେ ସଂକ୍ରମଣ କମିବ, ଗର୍ଭବତୀମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି । ତାହା ଆରମ୍ଭ କରାଯିବ ।

ସେପଟେ ରାଜ୍ୟରେ ଟିକାର ଅଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଟିକାର ଅଭାବ ପରିଲକ୍ଷିତ ହୋଇଥିବାରୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ । ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକା ଦିଆଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । କୋଭିସିଲ୍ଡ ଟିକା ୧୯ ହଜାର ରହିଛି କୋଭାକ୍ସିନ ଟିକା ୩ଲକ୍ଷ ଉପରେ ରହିଛି । ତେଣୁ ଆଜି ୧୧୪ଟି ସ୍ଥାନରେ ଟିକା ଦିଆଯାଉଛି । ଏହା ଭିତରୁ ୭୨ଟି ସେସନ କେବଳ ଭୁବନେଶ୍ୱରରେ ହେଉଛି । ତୃତୀୟ ଲହର ପୂର୍ବରୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି, କିନ୍ତୁ ଟିକା ମିଳିବା ଉପରେ ନିର୍ଭର କରୁଥିବା କହିଛନ୍ତି ବିଜୟ ପାଣିଗ୍ରାହୀ ।

Comments are closed.