କରୋନା ଦ୍ୱିତୀୟ ଲହରରେ ୮୦୦ ଡାକ୍ତର ମୃତ

79

ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ତରଙ୍ଗ ଏବେ ମଧ୍ୟ ଜାରି ରହିଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଏହି ମହାମାରୀ ଆଗଧାଡିର କରୋନା ଯୋଦ୍ଧା ଭଗବାନଙ୍କ ସ୍ୱରୂପ ହଜାର ହଜାର ଡାକ୍ତରଙ୍କ ମଧ୍ୟ ଜୀବନ ନେଇଛି । କରୋନାର ୨ୟ ତରଙ୍ଗ ପ୍ରାୟ ୮୦୦ ଡାକ୍ତରଙ୍କ ଜୀବନ ନେଇଛି । ପ୍ରଥମ ଓ ୨ୟ ତରଙ୍ଗରେ ପ୍ରାୟ ୧୫୦୦ରୁ ଅଧିକ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି । ଆଜି ଜାତୀୟ ଡାକ୍ତର ଦିବସରେ ଏଭଳି ତଥ୍ୟ ଆଇଏମ୍ଏ ପକ୍ଷରୁ ସୂଚନା ମିଳିଛି । ଏହି ଡାକ୍ତରଙ୍କ ମଧ୍ୟରେ କର୍ଣ୍ଣାଟକରେ ୫ ମାସ ଗର୍ଭବତୀ ଜଣେ ଡାକ୍ତରଙ୍କ ସମେତ ବିହାରରେ ୮୦ ବର୍ଷର, ତେଲେଙ୍ଗାନାରେ ୯୬ ଡାକ୍ତର ବର୍ଷ ମୃତ୍ୟୁବରଣ କରିଛନ୍ତି । ଏବେ ପ୍ରାଥମିକ ଆକଳନରୁ ୮୦୦ ଡାକ୍ତର ଜଣାପଡିଥିବା ବେଳେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

Comments are closed.