ଆମେରିକାକୁ ଟକ୍କର ଦେବାକୁ ଚୀନ୍ର ସମରସଜ୍ଜା : ମରୁଭୂମିରେ ତିଆରି କରୁଛି ୧୦୦ରୁ ଊଦ୍ଧ୍ୱର୍ ଚାମ୍ବର

81

ନୂଆଦିଲ୍ଲୀ : ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ । ଆମେରିକାକୁ ଟକ୍କର ଦେବା ପାଇଁ ଡ୍ରାଗନ୍ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଗୋପନୀୟ ଭାବେ ମିସାଇଲ୍ ଫାୟାରିଂ ପାଇଁ ମରୁଭୂମିରେ ୧୦୦ରୁ ଅଧିକ ସାଇଲୋ ନିର୍ମାଣ କରିଛି । ମରୁଭୂମିରେ ସମରସଜ୍ଜା କରି ପରମାଣୁ ଶକ୍ତି ବଢ଼ାଇ ଆମେରିକାକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଚୀନ୍ । ମିସାଇଲ୍ ଫାୟାରିଂ ପାଇଁ ମାଟିତଳେ ଚାମ୍ବର ନିର୍ମାଣ କରାଯାଇଛି । ସାଟେଲାଇଟ୍ ଇମେଜ୍ରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା କ୍ଷେପଣାସ୍ତ୍ର ପାଇଁ ୧୦୦ରୁ ଅଧିକ ସାଇଲୋ ପ୍ରସ୍ତୁତ କରିଛି ଡ୍ରାଗନ । ସାଇଲୋ ହେଉଛି ଏକପ୍ରକାରର ଅଣ୍ଡରଗ୍ରାଉଣ୍ଟ ଚାମ୍ବର । ଯେଉଁଠାରେ ଦୂରଗାମୀ ବିଧ୍ୱଂସି କ୍ଷେପଣାସ୍ତ୍ରକୁ ଫାୟାରିଂ ପାଇଁ ମହଜୁଦ୍ ରଖାଯାଇଥାଏ ।

ଉତ୍ତର- ପଶ୍ଚିମ ଚୀନ୍ ର ୟୁମେନ୍ ସହର ନିକଟ ମରୁଭୂମିରେ ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ ମିସାଇଲ୍ ପାଇଁ ସାଇଲୋ ତିଆରି କରିଛି । ଶହ ଶହ ବର୍ଗକିମି ବ୍ୟାପିଥିବା ଅନେକ ମରୁଭୂମିରେ ଯୁଦ୍ଧ ପାଇଁ ଏଭଳି ସମରସଜ୍ଜା କରୁଛି । ଅତିକମ୍ ରେ ୧୪୫ଟି ନୂଆ ସାଇଲୋ ନିର୍ମାଣ କରୁଥିବା ବିଶେଷଜ୍ଞ ଆକଳନ କରିଛନ୍ତି । ଏହା ଜରିଆରେ ନିଜର ପରମାଣୁ କ୍ଷମତା ବୃଦ୍ଧି ଦିଗରେ ଆଗକୁ ବଢ଼ୁଛି ଚୀନ୍ । ଆମେରିକା ଯାଏ ଲକ୍ଷ୍ୟଭେଦ କରିବାକୁ ଟାର୍ଗେଟ ରଖିଛି । ମହାମାରୀ ପାଇଁ ଆମେରିକା ଓ ଚୀନ୍ ଭିତରେ ମହାଯୁଦ୍ଧ ଘନେଇଛି । ଟ୍ରମ୍ପ ପ୍ରଶାସନ ସମୟରୁ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ସୁପର ପାୱାର ।

ଆମେରିକା ସହ ଲଢ଼େଇ ପାଇଁ ସେନାକୁ ପ୍ରସ୍ତୁତ ରହିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଆମେରିକାକୁ ଅଟକାଇବା ପାଇଁ ଆଣବିକ କାର୍ଯ୍ୟକ୍ରମକୁ ବଢ଼ାଇବା ଚୀନ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆମେରିକା ଚୀନ୍ଠାରୁ ବହୁ ଗୁଣରେ ଶକ୍ତିଶାଳୀ । ସେହିପରି ଆଜି ଚୀନ୍ ର କମ୍ୟୁନିଷ୍ଟ ପାର୍ଟିକୁ ୧୦୦ ବର୍ଷ ପୂରିଛି । ଚୀନ୍ ର ସରକାରୀ ଟିଭି ଚ୍ୟାନେଲ ସିଜିଟିଏନ୍ ଏକ ଭିଡିଓ ମାଧ୍ୟମରେ ଭାରତ ନିର୍ମିତ ତେଜସ୍ ଲଢ଼ୁଆ ବିମାନକୁ ଚୀନ୍ ର ବୋଲି ଦର୍ଶାଇଛି । ଭାରତର ତେଜସ୍ ର ଶକ୍ତିକୁ ନିଜ ଦେଶର ଫାଇଟର ବିମାନ ଜେ-୧୦ ଶକ୍ତି ବୋଲି ସିଜିଟିଏନ୍ ଦର୍ଶାଇଛି । ତେଜସ୍ ଟ୍ରାୟଲ ବେଳର ଦୃଶ୍ୟ କପି କରି ଚୀନର ଜେ-୧୦ ଭିଡିଓ ସହ ଯୋଡିଛି ।

Comments are closed.