ଶୃଙ୍ଖଳିତ ରଥଯାତ୍ରା: ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

76

ପୁରୀ : ଆସନ୍ତା ସୋମବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥର ବିନା ଭକ୍ତରେ ଏବଂ କୋଭିଡ୍ କଟକଣାରେ ରଥଯାତ୍ରା ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ôଚଥିବା ବେଳେ ଏସବୁର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଭର୍ଚୁଆଲରେ ହୋଇଥିବା ଏହି ବୈଠକରେ ବିଶେଷକରି କୋଭିଡ୍ କଟକଣା କିଭଳି ଶୃଙ୍ଖଳିତ ଭାବେ ରଥଯାତ୍ରା ପରିଚାଳନା କରାଯିବ ସେ ନେଇ ଆଲୋଚନା ହୋଇଛି । ସମସ୍ତଙ୍କ ସମନ୍ୱୟରେ ସୁରୁଖୁରୁରେ କିଭଳି ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ ହେବ ଏଥିନେଇ ବିଶେଷଭାବେ ପୁରୀବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ବୈଠକରେ ଆଇନମନ୍ତ୍ରୀ ପ୍ରତାପ ଜେନା,ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା,ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଛନ୍ତି । ଏଥିସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଅଭୟ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନ୍ୱର ବିଶାଲ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ଏବଂ ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଅଣସର ଘରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ବନକଲାଗି ନୀତି । ଶୁକ୍ରବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ଅନୁଷ୍ଠିତ ହେବ । ଦୀର୍ଘ ୧୨ବର୍ଷରେ ଚଳିତବର୍ଷ ତିନିଦିନ ଧରି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ । ଅନ୍ୟପକ୍ଷରେ ରଥଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ôଚଛି । ବିନା ଭକ୍ତରେ କୋଭିଡ୍ ଗାଇଡ୍ଲାଇନ୍ରେ ପ୍ରଶାସନ କିଭଳି ରଥଯାତ୍ରା ପ୍ରସ୍ତୁତି କରିଛି ତାର ସମୀକ୍ଷା କରିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର ।

ଅନ୍ୟପକ୍ଷରେ ନୀତିକାନ୍ତି ଓ ରଥଯାତ୍ରା ନେଇ ଭର୍ଚୁଆଲରେ ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହା ଭିତରେ ଆରମ୍ଭ ହୋଇଯାଇଛି ରଥଯାତ୍ରା ସହ ସଂଶ୍ଳିଷ୍ଟ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ । ୩ହଜାର ସେବାୟତ, ୧ହଜାର ରଥନିର୍ମାଣ ସେବକ କର୍ମଚାରୀ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହୋଇଛି । ଏହାଛଡ଼ା ୩ହଜାର ପୋଲିସ କର୍ମଚାରୀଙ୍କ ସହ ୧ହଜାର ସାମ୍ବାଦିକ ଓ ପ୍ରଶାସନିକ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା କରାଯିବ । ରଥଯାତ୍ରା ସମୟରେ ଜରୁରିକାଳୀନ ସେବା ଯୋଗାଇଦେବା ପାଇଁ ଗ୍ରୀନ୍ ଜୋନ୍ର ବ୍ୟବସ୍ଥା କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯିବ ବୋଲି ଏସ୍ପି କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।

Comments are closed.