ଟିଟିଲାଗଡ଼ ଲାୟନ୍ସ କ୍ଳବର ବର୍ଷ ୨୦୨୧-୨୨ ପାଇଁ ଶପଥ ନେଲେ ସଭାପତି ଏବଂ ତାଙ୍କ ଟିମ

45

ଟିଟିଲାଗଡ଼ : ଟିଟିଲାଗଡ଼ ଲାୟନ୍ସ କ୍ଲବର ବର୍ଷ ୨୦୨୧-୨୨ ପାଇଁ ମନୋନୀତ ହୋଇଥିବା ସଭାପତି ଏବଂ ତାଙ୍କର ଟିମ ସଦସ୍ୟ ମାନେ ଆଜି ଶପଥ ଗ୍ରହଣ କରିଛନ୍ତି । ସ୍ଥାନୀୟ ଓମ ଭ୍ୟାଲି ସ୍କୁଲର ସମ୍ମିଳନୀ କକ୍ଷରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା । ପ୍ରଥମେ ଓମଭ୍ୟାଲି ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲ।ୟଂସ କ୍ଲବର ପ୍ରତିଷ୍ଠାତା ମାଲଭିନ ଜୋନସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ପିଏମସିସି ସଭ୍ୟ ଶ୍ରୀ ସଞ୍ଜୟ ସାହୁ, ଭିଡିଜି ୱାନ ଶ୍ରୀ ଯମୁନା ପ୍ରସାଦ ଗୋୟଲ, ରିଜିଓନାଲ ଚେୟାରମେନ ଶ୍ରୀମତୀ ବିନ୍ଦୁ ସାହୁ,ପୂର୍ବତନ ସଭାପତି ରତ୍ନାକର ସାହୁ, ଲିଓକ୍ଳବର ପୂର୍ବତନ ସଭାପତି ଅମିତ ଅଗ୍ରୱାଲ ମଞ୍ଚ।ସିନ ଥିଲେ। ପୂର୍ବତନ ସଭାପତି ମାନେ ନିଜ ନିଜ ସମୟରେ କରାଯାଇଥିବା କାର୍ଯ୍ୟ ବିଷୟରେ ବିବରଣୀ ପାଠ କରିଥିଲେ ।

ତାପରେ ବର୍ଷ ୨୦୨୧-୨୨ ପାଇଁ ମନୋନୀତ ହୋଇଥିବା ସଦସ୍ୟଙ୍କୁ ଶପଥ ପାଠ କରାଇ ନୂତନ ବର୍ଷର ଦାୟିତ୍ୱ ଦିଆଯାଇଥିଲା । ସଭାପତି ଭାବେ ଦୀପକ ପୃଷ୍ଟି , ସମ୍ପାଦକ ଆଶୀର୍ବାଦ ମହାପାତ୍ର, କୋଷାଧ୍ୟକ୍ଷ ସଜ୍ଜନ କମାନି, ଆଗାମୀ ବର୍ଷ ପାଇଁ ପ୍ରଥମ ସଭାପତି ଭାବେ ଲିଙ୍ଗରାଜ ସାହୁ, ଦ୍ୱିତୀୟ , ସନ୍ତୋଷ ମହାନ୍ତି, ତୃତୀୟ ଆନନ୍ଦ ଜୈନଙ୍କ ସୂଚୀ ଥିବା ବେଳେ ଡାଇରେକ୍ଟର ଭାବରେ ପ୍ରଭାସ ସାହୁ, ସତ୍ୟନାରାୟଣ ଶର୍ମା, ମଦନ ମୋହନ ପୃଷ୍ଟି, ଘନଶ୍ୟାମ ଜୈନ, କେ ତ୍ରିନାଥ ରାଓ, ଗୋପାଳ ଲାଠଙ୍କ ନାମ ରହିଛି, ସେହିପରି ସଦସ୍ୟତା ଚେୟାରପର୍ସନ ହେଲେ ଶମ୍ଭୁପ୍ରସାଦ ଗୋୟଲ, ସର୍ଭିସ ଚେୟାରପର୍ଶନ ବିଜୟସାହୁ, ମାର୍କେଟିଂ ଚେୟାର ପର୍ସନ ଭାବେ ସଞ୍ଜୟ କୁମାର ନାୟକ, ଲିଓ କ୍ଳବ ଉପଦେଷ୍ଟା ଦୀପକ ଗୋୟଲ, ଏଲ ସି ଆଇ ଏଫ କୋର୍ଡିନେଟର ଭାବେ ଦୀପକ ସାହୁ, ପରିଚାଳନା ଦାୟିତ୍ୱ ନେଲେ ସଞ୍ଜୟ ସାହୁ। ଏହି ଅବସରରେ ପୂର୍ବ ବର୍ଷ ମାନଙ୍କରେ ଭଲ କାମ କରି ସେବା ଯୋଗାଇଥିବା ସଦସ୍ୟଙ୍କୁ ଟ୍ରଫି ଦେଇ ସମ୍ମାନିତ ମଧ୍ଯ କର।ଯାଇଥିଲା । ଏହି ଅବସରରେ ଦୁଇ ଜଣ ନୂତନ ସଦସ୍ୟ ଭାବେ ବୀରବର ସାହୁ ଏବଂ ଆବାସ ଖାଁ ସଦସ୍ୟତା ଗ୍ରହଣ କରିଥିଲେ ।

Comments are closed.